ନୂଆଦିଲ୍ଲୀ: ମୋଦିଙ୍କ ବିରୋଧରେ ପୁଣି ଏକାଠି ବସି ରଣନୀତି କରିବେ ବିରୋଧୀ ମେଂଟ । ଆଜି ନୂଆଦିଲ୍ଲୀରେ ବସିବ ଇଣ୍ଡିଆ ମେଣ୍ଟର ଆଉ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ । ନିର୍ବାଚନ ପୂର୍ବରୁ ଘନ ଘନ ଆକ୍ରମଣ କରିବା ପାଇଁ ଏହି ବୈଠକ ଡାକିଛନ୍ତି ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ଖଡ଼ଗେଙ୍କ ଦିଲ୍ଲୀ ବାସଭବନରେ ବସିବ ଏହି ବୈଠକ । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାରୁ ମେଣ୍ଟର ରଣନୀତି ନେଇ ବୈଠକ ଆହୂତ ହୋଇଥିବା ସୂଚନା ମିଳିଛି । ଇଣ୍ଡିଆ ମେଣ୍ଟର ବୈଠକ ଏହା ପୂର୍ବରୁ ପାଟନା, ବେଙ୍ଗାଳୁରୁ ଓ ମୁମ୍ବାଇରେ ବସିସାରିଛି । ସେପଟେ ସଂସଦର ସ୍ବତନ୍ତ୍ର ଅଧିବେଶନ ଲାଗି ରଣନୀତି । ଆସନ୍ତା ୧୮ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବାକୁ ଯାଉଥିବାବେଳେ ଆଜି ବସିବ କଂଗ୍ରେସ ସଂସଦୀୟ ଦଳ ବୈଠକ । ସଂସଦରେ କଂଗ୍ରେସର ରଣନୀତି ନିର୍ଦ୍ଧାରଣ ଲାଗି କଂଗ୍ରେସ ସଂସଦୀୟ ଦଳ ନେତା ସୋନିଆ ଗାନ୍ଧୀ ଡାକିଛନ୍ତି ବୈଠକ । ସଂସଦର ଅଧିବେଶନରେ ଦଳ କେଉଁ କେଉଁ ପ୍ରସଙ୍ଗ ଉଠାଇବ ତାହାକୁ ନେଇ ଅଙ୍କକଷା କରାଯିବ ।କେନ୍ଦ୍ରର ବିଜେପି ସରକାର ବିରୋଧରେ ଲମ୍ବା ରଣନୀତି ପ୍ରସ୍ତୁତ କରି ଭୋଟରଙ୍କ ପାଖକୁ ଯିବା ପାଇଁ ଖସଡ଼ା ପ୍ରସ୍ତୁତ କରିଛି କଂଗ୍ରେସ । ଦରଦାମ୍ ବୃଦ୍ଧି, ନିର୍ବାଚନ ସମୟରେ କେନ୍ଦ୍ର ସରକାର ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ସମ୍ପର୍କରେ କଂଗ୍ରେସ ଗାଁଗାଁରେ ଜନମତ ସୃଷ୍ଟି କରିବ ।
Trending
- ଓଡ଼ିଶାରେ ଖୁବଶୀଘ୍ର ଏସଆଇଆର
- ଆଜି ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହିତ କଥା ହୋଇଛନ୍ତି ମୋଦୀ
- ରାଜ୍ୟରେ ବର୍ଷକୁ ୨୦୦୦ କୋଟିର ପ୍ରତିରକ୍ଷା ବ୍ୟବସାୟ ସୁଯୋଗ
- ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ବନଭୋଜି ବେଶ
- ସୁସ୍ଥ ହେଉଛନ୍ତି ନବୀନ
- ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି
- ଛତୁଆ ଉତ୍ପାଦନ ଓ ବଣ୍ଟନ ବ୍ୟବସ୍ଥାକୁ ଆହୁରି ବ୍ୟବସ୍ଥିତ କରିବା ଉପରେ ଗୁରୁତ୍ବାରୋପ କଲେ ମୁଖ୍ୟମନ୍ତ୍ରୀ
- ଆମେ କାହାର ପକ୍ଷ ନୁହେଁ, କାହାର ବିପକ୍ଷ ନୁହେଁ , ଆମେ ସମସ୍ତଙ୍କ ସମକକ୍ଷ
- ଟ୍ରାଫିକ ଜାମରୁ ମୁକ୍ତି ପାଇବ ଦିଲ୍ଲୀ-ଏନସିଆର
- ଭାରତ ଫେରିଲେ ଶୁଭାଂଶୁ ଶୁକ୍ଳା
Prev Post
Next Post