ନୁଡୁଲ୍ସ ପ୍ୟାକେଟ୍ରୁ ମିଳିଲା ହୀରା
ମୁମ୍ବାଇ ବିମାନବନ୍ଦରରେ ନୁଡୁଲ୍ସ ପ୍ୟାକେଟ୍ରୁ ହୀରା ମିଳିଛି। ତେବେ ସେହି ନୁଡୁଲ୍ସ ନେଇ ଯାଉଥିବା ଯାତ୍ରୀଙ୍କୁ ଗିରଫ କରାଯାଇଛି। ମୁମ୍ବାଇରୁ ବ୍ୟାଙ୍କକକୁ ଯାଉଥିବା ଜଣେ ବ୍ୟକ୍ତି ନୁଡୁଲ୍ସ ପ୍ୟାକେଟରେ ହୀରା ଚୋରା ଚାଲାଣ କରୁଥିବା ଅଭିଯୋଗ ହୋଇଛି।ନୁଡଲ୍ସ ପ୍ୟାକେଟରୁ ବାହାରିଲା କୋଟି କୋଟି ଟଙ୍କାର ହୀରା ଓ ସୁନା । ମୁମ୍ବାଇ ଛତ୍ରପତୀ ଶିବାଜୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଜବତ କରିଛି ମୁମ୍ବାଇ କଷ୍ଟମ୍ ବିଭାଗ । ଜଣେ ବ୍ୟକ୍ତିଙ୍କ ବ୍ୟାଗରୁ ନୁଡଲ୍ସ ପ୍ୟାକେଟରେ ୨ କୋଟିରୁ ଅଧିକ ଟଙ୍କାର ହୀରା ଜବତ କରାଯାଇଛି । ସେହିପରି ୬ କେଜି ୮ ଶହ ଗ୍ରାମର ସୁନା ଜବତ ହୋଇଛି । ମୋଟ ୬ କୋଟି ୪୬ ଲକ୍ଷ କୋଟି ଟଙ୍କାର ହୀରା ଓ ସୁନା ଜବତ କରିଛି କଷ୍ଟମ୍ ବିଭାଗ ।