ନିରବିଗଲେ ଅମିନ ସୟାନୀ
ପ୍ରସିଦ୍ଧ ରେଡିଓ ଉପସ୍ଥାପକ ଅମିନ ସୟାନୀଙ୍କର ୯୧ ବର୍ଷ ବୟସରେ ହୃଦ୍ଘାତରେ ପରଲୋକ ଘଟିଛି। ତାଙ୍କୁ ମୁମ୍ବାଇର ଏଚ୍ଏନ୍ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ବଞ୍ଚାଇବା ସମ୍ଭବ ହୋଇନଥିଲା ବୋଲି ତାଙ୍କ ପୁଅ ରାଜିଲ ସୟାନୀ କହିଛନ୍ତି। ଗୁରୁବାର ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ୧୯୩୨ ମସିହା ଡିସେମ୍ବର ୨୧ ତାରିଖରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିବା ଅମିନ ସୟାନୀ ନିଜ ମଧୁର କଣ୍ଠ ଓ ଆକର୍ଷଣୀୟ ଉପସ୍ଥାପନ ଶୈଳୀରେ ଶ୍ରୋତୃବର୍ଗଙ୍କୁ ଆକର୍ଷିତ କରିଥିଲେ। ସେ ଜଣେ ଇଂରାଜୀ ଭାଷାର ପ୍ରସାରଣକାରୀ ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଭାରତର ସ୍ୱାଧୀନତା ପରେ ହିନ୍ଦୀକୁ ପରିବର୍ତ୍ତନ କରିଥିଲେ। ଭାରତରେ ରେଡିଓକୁ ଲୋକପ୍ରିୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ଗୀତମାଲା’ ଜରିଆରେ ସୟାନୀ ବିପୁଳ ଲୋକପ୍ରିୟତା ହାସଲ କରିଥିଲେ।