ଅଦିକାଂଶ ଲୋକ ରେଳରେ ଯାତ୍ରା କରିବା ପାଇଁ ପସନ୍ଦ କରନ୍ତି । କାଶ୍ମୀର ଠାରୁ କନ୍ୟାକୁମାରୀ ସବୁ ସ୍ଥାନକୁ ଟ୍ରେନରେ ଯିବାକୁ ସୁବିଧା ରହିଛି । ସେଥିପାଇଁ ଭାରତର ମାନଚିତ୍ର ଦେଖିଲେ ଟ୍ରେନ୍ ଲାଇନ ଗୁଡ଼ିକ ଜାଲ ପରି ବିଛାଡ଼ି ହୋଇଥିବା ଦେଖିବାକୁ ମିଳେ । ହେଲେ ଦେଶର ସବୁଠୁ ଅଧିକ ଯାତ୍ରା କରୁଥିବା ଟ୍ରେନ ବିଷୟରେ ଆପଣ ଜାଣିଛନ୍ତି କି ? ଯଦି ଜାଣିନାହାନ୍ତି ତେବେ ଆଗକୁ ଖବରଟିକୁ ପଢନ୍ତୁ ।ଦେଶର ସବୁଠୁ ଅଧିକ ଯାତ୍ରା କରୁଥିବା ଟ୍ରେନର ନାମ ବିବେକ ଏକ୍ସପ୍ରେସ୍ । ଯାହା ଡିବ୍ରୁଗଡରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଯାତ୍ରା କରିଥାଏ । ଟ୍ରେନ୍ ପାଖା ପାଖି ୮୨ ଘଣ୍ଟାରେ ୪୧୫୦ କିଲୋମିଟରରୁ ଅଧିକ ଯାତ୍ରା କରେ । ଟ୍ରେନ୍ ନମ୍ବର ୧୫୯୦୬ ବିବେକ ଏକ୍ସପ୍ରେସ୍ ଡିବ୍ରୁଗଡରୁ ସନ୍ଧ୍ୟା ୭ଟା ୨୫ ମିନିଟରେ ବାହାରି ଚାରିଦିନ ପରେ କନ୍ୟାକୁମାରୀରେ ପହଁଚିଥାଏ । ଆସାମର ଡିବ୍ରୁଗଡରୁ ଏହି ଟ୍ରେନ୍ ୮-୯ ରୁ ଅଧିକ ରାଜ୍ୟ ଦେଇ ଯାଇଥାଏ । ଏହି ଟ୍ରେନ୍ ଦିମାପୁର, ଗୋହାଟି , ନ୍ୟୁ ବୋଙ୍ଗାଇଗାଓଁ କୋକରାଝର୍ ନ୍ୟୁ ଆଲିପୁରଦ୍ଵାର, ନ୍ୟୁ କୁଚବିହାର, ନ୍ୟୁ ଜଲପାଇଗୁଡ଼ି କିଶାନଗଞ୍ଜ ମାଲଦା ଟାଉନ, ବର୍ଦ୍ଧମାନ୍ ଜଙ୍କସନ, ବାଲେଶ୍ଵର, କଟକ, ଭୁବନେଶ୍ୱର, ବିଶାଖାପାଟଣା, ବିଜୟଓ୍ଵାଡ଼ା, ନେଲ୍ଲୋର୍, କୋଲମ ଜଙ୍କସନ ହୋଇ ଚତୁର୍ଥ ଦିନରେ ତାମିଲନାଡୁର କନ୍ୟାକୁମାରୀରେ ପହଞ୍ଚି ଥାଏ ।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post