ଦେଶବାସୀଙ୍କୁ ନୁଆବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ଆଜି ଇଂରାଜି ନବବର୍ଷ । ଏହି ଅବସରରେ  ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ବର୍ଷ ୨୦୨୩ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରାଷ୍ଟ୍ରପତି ଆଶା ପୋଷଣ କରିଛନ୍ତି ଯେ ନୂତନ ବର୍ଷ ସମସ୍ତଙ୍କ ଜୀବନରେ ଅଧିକ ସଫଳତା ଆଣିବ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଲୋକଙ୍କୁ ଦେଶର ଏକତା, ଅଖଣ୍ଡତା ଏବଂ ବିକାଶରେ ନିଜକୁ ସମର୍ପିତ କରିବାକୁ ଅନୁରୋଧ କରିଛନ୍ତି। ସେ ୨୦୨୩ ମସିହାରେ ଗୌରବମୟ ରାଷ୍ଟ୍ର ଏବଂ ଲୋକଙ୍କ ପ୍ରଗତି ଓ ସମୃଦ୍ଧି କାମନା କରିଛନ୍ତି।