ଅମରନାଥ ଯାତ୍ରାରୁ ଫେରୁଥିବା ଏକ ବସ୍ର ବ୍ରେକ୍ ଫେଲ୍ ହୋଇଯିବାରୁ ସେଥିରେ ଯାତ୍ରା କରୁଥିବା ୪୪ ଯାତ୍ରୀଙ୍କ ଜୀବନ ବିପଦରେ ପଡ଼ିଥିଲା । ଏହି ସମୟରେ ଦେବଦୂତ ସାଜିଥିଲେ ସେନା ଯବାନ । ଭାରତୀୟ ସେନା ଏବଂ ଜମ୍ମୁ-କଶ୍ମୀର ପୋଲିସ୍ ମଙ୍ଗଳବାର ରାମବନ ଜିଲାର ରାଜ୍ୟ ରାଜପଥ ୪୪ରେ ଅମରନାଥରୁ ଫେରୁଥିବା ଏହି ବସ୍ ନିୟନ୍ତ୍ରଣ ହରାଇଥିବା ଦେଖିଥିଲେ । ଏହି ତୀର୍ଥ ଯାତ୍ରୀମାନେ ପଞ୍ଜାବର ହୋଇଥିବା ବେଳେ ସେମାନେ ହୋଶଇଆରପୁର ଯାଉଥିଲେ ।ସୋସିଆଲ୍ ମିଡିଆରେ ଘୁରି ବୁଲୁଥିବା ଏକ ଭିଡିଓରୁ ଦେଖାଯାଉଛି ଯେ ବସ୍ ଭିତରୁ କିଛି ଯାତ୍ରୀ ବସ୍ ଚାଲୁଥିବା ସମୟରେ ବାହାରକୁ ଡେଇଁ ପଡ଼ୁଛନ୍ତି । ଏହା ସେନା ଯବାନଙ୍କ ନଜରରେ ପଡ଼ିଥିଲା । ଯବାନମାନେ ଉକ୍ତ ବସ୍ ପଛରେ ଗୋଡ଼ାଇଥିଲେ । ବସ୍ର ଗତି ଧୀର ଥିବାରୁ ସେମାନେ ବସ୍ ଚକା ତଳକୁ ପଥର ଫୋପାଡ଼ିଥିଲେ । ଫଳରେ ବସ୍ ଧିରେ ଧିରେ ଅଟକି ଥିଲା ଆଉ ୪୪ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା ।
Trending
- ରାଜ୍ୟରେ ୩୦ ତାରିଖ ଯାଏଁ ବସ୍ ଧର୍ମଘଟ ସ୍ଥଗିତ ,ବସ୍ ଭଡ଼ା ବୃଦ୍ଧି ହେବା ନେଇ ଆଜି ବସିଥିବା ଦ୍ୱିପାକ୍ଷିୟ ବୈଠକ ଅପାତତଃ ସଫଳ
- ଆଇଡବ୍ଲୁଟି କୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି ଭାରତ, ଯେଉଁ ପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦକୁ ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ଏହି ସନ୍ଧି ସ୍ଥଗିତ ରହିବ
- ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାର ତଦନ୍ତ ସାରି ଦିଲ୍ଲୀ ଫେରିଲା NHRC ଟିମ୍ ,ADG ଦୟାଲ ଗଙ୍ଗୱାରଙ୍କ ସମେତ ଅନ୍ୟ ସମସ୍ତଙ୍କୁ ପଚରାଉଚରା ହୋଇଛି
- ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଚାଲିଥିବା ପରିଚାଳନା କମିଟି ବୈଠକ ଶେଷ,ନୀଳାଦ୍ରି ବିଜେ ପରେ ଗଣତି ମଣତି କାର୍ଯ୍ୟ ହେବ
- ଖାନ ସାରଙ୍କ ବିରୋଧରେ ହତ୍ୟା ଉଦ୍ୟମ ଏବଂ ଅସ୍ତ୍ରଶସ୍ତ୍ର ଆଇନ ଉଲ୍ଲଙ୍ଘନ ଅନୁଯାୟୀ ଏକ ମାମଲା ରୁଜୁ
- ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଦେବାଶିଷ ସାମନ୍ତରାୟ
- କନଷ୍ଟେବଳ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା: ଆଜି NHRC ତଦନ୍ତର ଶେଷ ଦିନ
- ନବ ନିର୍ମିତ ତାଳବଣିଆ ଥାନା କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନରେ ଦେବାଶିଷଙ୍କୁ ପ୍ରାର୍ଥୀ କଲା ବିଜେପି
- ଭାରତ ଓ ରୁଷ ମଧ୍ୟରେ ବଡ଼ ଧରଣର ବିମାନ ଚୁକ୍ତି ସ୍ୱାକ୍ଷରିତ
Prev Post
Next Post