ଆଜି ସନ୍ଧ୍ୟା ୫ଟା ସମୟରେ ଲୋକସଭା ନିର୍ବାଚନ ସମାପନ ହୋଇଯିବ ଓ ଜୁନ୍ ୪ରେ ଫଳାଫଳ ଆସିଯିବ । ଏହାର ପରବର୍ତ୍ତୀ ଦିନ ଅର୍ଥାତ୍ ଜୁନ୍ ୫ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ବିଶିଷ୍ଟ ମନ୍ତ୍ରୀ ପରିଷଦକୁ ବିଦାୟୀ ଡିନର ଦେବେ । ଏହି ଭୋଜିର ଆୟୋଜନ ରାଷ୍ଟ୍ରପତି ଭବନରେ ରାତି ୮ରୁ ଆରମ୍ଭ ହେବ । ଏଠାରେ ସୂଚାଇ ଦିଆଯାଇପାରେ କି ସପ୍ତଦଶ ଲୋକସଭା କାର୍ଯ୍ୟକାଳ ୧୬ ଜୁନ୍ ୨୦୨୪ରେ ଶେଷ ହେବାକୁ ଯାଉଛି । ଅର୍ଥାତ୍ ୧୬ ଜୁନ୍ ପୂର୍ବରୁ ନୂଆ ସରକାର ଗଠନ ହେବ ।୪ ଜୁନ୍ରେ ଲୋକସଭା ନିର୍ବାଚନ ପରିଣାମ ସାମ୍ନାକୁ ଆସିବା ପରେ ଅଷ୍ଟାଦଶ ଲୋକସଭାର ଚିତ୍ର ସ୍ପଷ୍ଟ ହୋଇଯିବ । ତେବେ ଆମ ଦେଶରେ ଏହି ପରମ୍ପରା ରହି ଆସିଛି କି ପ୍ରତି ଲୋକସଭା କାର୍ଯ୍ୟକାଳ ସମାପ୍ତି ପରେ ରାଷ୍ଟ୍ରପତିଙ୍କ ପକ୍ଷରୁ ନିବର୍ତ୍ତମାନ ହେବାକୁ ଯାଉଥିବା କେନ୍ଦ୍ରୀୟ କ୍ୟାବିନେଟ୍କୁ ବିଦାୟୀ ଡିନର ଲାଗି ଆମନ୍ତ୍ରଣ କରାଯାଇଥାଏ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ପରଂପରାକୁ ନିର୍ବାହ କରିବେ ।
Trending
- ରାହୁଲ ଦେଶରେ ନିଆଁ ଲଗାଇବାକୁ ଚାହୁଁଛନ୍ତି : ବିଜେପି
- ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Next Post