National ଜୁନ୍ ୧ରୁ ବିଦ୍ୟୁତ ବିଲ୍ କାହିଁକି ଦେବେ ଲୋକେ: ବିଜେପି Last updated May 26, 2023 ମହୀଶୁର : କର୍ଣ୍ଣାଟକରେ ବିଦ୍ୟୁତ ବିଲକୁ ନେଇ ଏବେ ରାଜନୀତି ଜୋର ଧରିଛି । ମହୀଶୁର ସାଂସଦ ତଥା ବିଜେପି ନେତା ପ୍ରତାପ ସିମହା କହିଛନ୍ତି ଲୋକମାନେ ଏବେ କାହିଁକି ବିଲ ଦେବେ । ସରକାର ପ୍ରତିଶ୍ରୁତି ଅନୁସାରେ ସେମାନଙ୍କୁ ବିଲ୍ ଛାଡ କରାଯିବା କଥା । ଲୋକମାନଙ୍କୁ ସେମାନଙ୍କ ବିଦ୍ୟୁତ ବିଲ୍ ନଦେବାପାଇଁ ମନା କରିଛନ୍ତି। କଂଗ୍ରେସ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବ ବୋଲି ପ୍ରତିଶ୍ରୁତି ଦେଇଛି। ତେଣୁ ଯେଉଁମାନଙ୍କ ବିଦ୍ୟୁତ ବିଲ୍ ୨୦୦ ୟୁନିଟ୍ ତଳେ ରହୁଛି ସେମାନେ ଜୁନ୍ ୧ ତାରିଖରୁ ବିଲ୍ ପୈଠ ନ କରିବାପାଇଁ ପ୍ରତାପ କହିଛନ୍ତି।କଂଗ୍ରେସ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଭୋଟରଙ୍କୁ ୫ଟି ପ୍ରତିଶ୍ରୁତି ଦେଇଥିଲା। ଏଥି ମଧ୍ୟରୁ ଏକ ପ୍ରମୁଖ ପ୍ରତିଶ୍ରୁତି ଥିଲା ପ୍ରତି ପରିବାରକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦିଆଯିବ। ବିନା ସର୍ତ୍ତରେ ଯୋଜନା କାର୍ଯ୍ୟକାରୀ କରିବାପାଇଁ ବିଜେପି ନୂଆ ସରକାରଙ୍କୁ ଜୁନ୍ ୧ ପର୍ଯ୍ୟନ୍ତ ସମୟ ଦେଇଛି। Share