ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍

ଜାମ୍ମୁ-କାଶ୍ମୀର: ଆଜିଠୁ ଜାମ୍ମୁ-କାଶ୍ମୀରରେ ଜି-୨୦ ସମ୍ମିଳନୀର ତୃତୀୟ ଟୁରିଜିମ ଓ୍ବାର୍କସପ୍  ଶ୍ରୀନଗରରେ ଆୟୋଜିତ ହୋଇଥିବା ବେଳେ ଏଥିରେ ସାମିଲ ହେବାକୁ ଜି-୨୦ ରାଷ୍ଟ୍ରସମୁହର ପ୍ରାୟ ୬୦ ଜଣ ଡେଲିଗେଟସ ପହଞ୍ଚିଛନ୍ତି ।  ମେରାଇନ କମାଣ୍ଡୋଜ, ଏନଏସଜିର ଏକାଧିକ ଟିମ୍ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ହୋଇଛନ୍ତି ।  ଜି-୨୦ ସମ୍ମିଳନୀରେ ଆତଙ୍କବାଦୀ ହମଲା ହେବା ଆଶଙ୍କା ରହିଥିବାରୁ ହଜାର ହଜାର ସଂଖ୍ୟାରେ ସେନା ଯବାନ ଆର୍ମି, ବିଏସଏଫ, ସିଆରପିଏଫ, ଏସଏସବି, ଜାମ୍ମୁ-କାଶ୍ମୀର ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଲାଲ ଚୌକର ଦୋକାନୀମାନଙ୍କୁ ସ୍ପେଶାଲ ପାସ୍ ଦିଆଯାଇଥିବା ବେଳେ ଗାଡ଼ିମୋଟର ଚାଳନାକୁ ନେଇ ସ୍ବତନ୍ତ୍ର ଆଡଭାଇଜରୀ ଜାରି କରାଯାଇଛି ।  ସେର-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଏହି ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।