ଗତକାଲି ରାତିରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଆର୍ଣ୍ଣିଆ ସେକ୍ଟର୍ର ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ସେନା ଅକାରଣରେ ଗୁଳି ଚଳାଇବା ଓ ‘ମୋର୍ଟାର୍ ସେଲିଙ୍ଗ୍’ ଫିଙ୍ଗିବାରୁ ୨ଜଣ ‘ବିଏସ୍ଏଫ୍’ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ‘ବିଏସ୍ଏଫ୍’ର ଜଣେ ମୁଖପାତ୍ର କହିଛନ୍ତି, ରାତି ପ୍ରାୟ ୮ ବେଳେ ଆର୍ଣ୍ଣିଆ ସେକ୍ଟର୍ ଆଡ଼କୁ ପାକିସ୍ତାନୀ ସେନା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଅକାରଣ ଗୁଳି ଚାଳନାର ଉପଯୁକ୍ତ ଜବାବ ମଧ୍ୟ ଦିଆଯାଇଛି।ଜମ୍ମୁର ଆର୍ଣ୍ଣିଆ ଅଞ୍ଚଳର ଜଣେ ବାସିନ୍ଦା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି, ସନ୍ଧ୍ୟା ବେଳେ ଗୁଳି ଚାଳନା ଆରମ୍ଭ ହେଲା। ପ୍ରାୟ ୪ ବର୍ଷ ପରେ ଏଭଳି ଅଘଟଣ ଘଟିଛି। ଆମ ସହିତ ଆମ ପିଲାପିଲି ଅଛନ୍ତି। ସବୁ ଘର ‘ବଙ୍କର୍’ ହୋଇ ନ ଥିବାରୁ ଏହା ଆମ ପାଇଁ ବଡ଼ ଉଦ୍ବିଗ୍ନର ବିଷୟ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post