ଗତକାଲି ରାତିରେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଆର୍ଣ୍ଣିଆ ସେକ୍ଟର୍ର ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ସେନା ଅକାରଣରେ ଗୁଳି ଚଳାଇବା ଓ ‘ମୋର୍ଟାର୍ ସେଲିଙ୍ଗ୍’ ଫିଙ୍ଗିବାରୁ ୨ଜଣ ‘ବିଏସ୍ଏଫ୍’ ଯବାନ ଓ ଜଣେ ସାଧାରଣ ନାଗରିକ ଆହତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ‘ବିଏସ୍ଏଫ୍’ର ଜଣେ ମୁଖପାତ୍ର କହିଛନ୍ତି, ରାତି ପ୍ରାୟ ୮ ବେଳେ ଆର୍ଣ୍ଣିଆ ସେକ୍ଟର୍ ଆଡ଼କୁ ପାକିସ୍ତାନୀ ସେନା ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହି ଅକାରଣ ଗୁଳି ଚାଳନାର ଉପଯୁକ୍ତ ଜବାବ ମଧ୍ୟ ଦିଆଯାଇଛି।ଜମ୍ମୁର ଆର୍ଣ୍ଣିଆ ଅଞ୍ଚଳର ଜଣେ ବାସିନ୍ଦା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’କୁ କହିଛନ୍ତି, ସନ୍ଧ୍ୟା ବେଳେ ଗୁଳି ଚାଳନା ଆରମ୍ଭ ହେଲା। ପ୍ରାୟ ୪ ବର୍ଷ ପରେ ଏଭଳି ଅଘଟଣ ଘଟିଛି। ଆମ ସହିତ ଆମ ପିଲାପିଲି ଅଛନ୍ତି। ସବୁ ଘର ‘ବଙ୍କର୍’ ହୋଇ ନ ଥିବାରୁ ଏହା ଆମ ପାଇଁ ବଡ଼ ଉଦ୍ବିଗ୍ନର ବିଷୟ।
Trending
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
- ଆଜି ଓଡିଶା ଆସିବେ ପି.କେ. ମିଶ୍ର
Prev Post
Next Post