ଭାରତ ସହ ବିବାଦ ମଧ୍ୟରେ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଚୀନ ଗସ୍ତ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରତିପକ୍ଷ ମହମ୍ମଦ ମୁଇଜୁ । ଆସନ୍ତା ୧୨ ତାରିଖ ଯାଏ ବେଜିଂ ଗସ୍ତରେ ଥିବା ମୁଇଜୁ ଓ ଜିନପିଙ୍ଗଙ୍ଗ ମଧ୍ୟରେ ବିଭିନ୍ନ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଗତବର୍ଷ ନଭେମ୍ବରରେ କ୍ଷମତାକୁ ଆସିବା ପରେ ମୁଇଜୁଙ୍କ ଏହା ହେବ ପ୍ରଥମ ଚୀନ ଗସ୍ତ ।ମୁଇଜୁଙ୍କୁ ଚୀନ ପ୍ରଧାନମନ୍ତ୍ରୀ ଲି କ୍ବିଙ୍ଗ ଓ ଅନ୍ୟ ନେତା ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମାଳଦ୍ବୀପର ଅଷ୍ଟମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଥିବା ମୁଇଜୁ ଜଣେ ଚୀନ ସପକ୍ଷବାଦୀ ନେତା । ଭାରତ ସପକ୍ଷବାଦୀ ଇବ୍ରାହିମ ମହମ୍ମଦ ସୁଲିଙ୍କୁ ପରାସ୍ତ କରି ମୁଇଜୁ ହୋଇଥିଲେ ରାଷ୍ଟ୍ରପତି । ୨୦୧୪ରେ ମାଳଦ୍ବୀପକୁ ଗସ୍ତ କରିଥିଲେ ଜିନପିଙ୍ଗ । ସେତେବେଳେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା ।
Trending
- ରାଜ୍ୟ କ୍ୟାବିନେଟ ବୈଠକରେ ୪ ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
Next Post