କାହିଁକି ହାରିଲା ବିଜେପି

କର୍ଣ୍ଣାଟକରେ କାହିଁକି ହାରିଲା ବିଜେପି ତାକୁ ନେଇ ଚାରିଆଡେ ଚର୍ଚା । ମୋଦି ଫୁଲ ଦମରେ ଏଠି ପ୍ରଚାର କରିଥିଲେ ମଧ୍ୟ ବିଜେପି ହାରିବାର ମୁଖ୍ୟକାରଣ ଅନ୍ୟ କିଛି ରହିଛି ।

କଂଗ୍ରେସର ମାଗଣା ଯୋଜନା- କର୍ଣ୍ଣାଟକରେ ସରକାରକୁ ଆସିବା ପାଇଁ କଂଗ୍ରେସ ଅଧା ଦାମରେ ଗ୍ୟାସ ଦେବାକୁ କହିଥିଲା  । ଏହା ଭୋଟରଙ୍କୁ ବେଶ ଛୁଇଁଥିଲା । ପ୍ରତି ମହିଳାଙ୍କୁ ଦୁଇ ହଜାର ଟଙ୍କା ଭତ୍ତା, ବେକାର ଯୁବକଙ୍କୁ ଭତ୍ତା, ମହିଳାଙ୍କୁ ମାଗଣା ବସ ସେବା, ବିଜୁଳି ବିଲ୍ ଛାଡ ଆଦି ଯୋଜନା ଭୋଟରଙ୍କୁ ଆକୃଷ୍ଟ କରିଥିଲା । ଗୃହ ଜ୍ୟୋତି: ସବୁ ଘରକୁ ମାସକୁ ୨୦୦ ୟୁନିଟ ବିଜୁଳି । ଗୃହ ଲକ୍ଷ୍ମୀ ଯୋଜନାରେ ପ୍ରତି ଘରର ମହିଳା ମୁଖ୍ୟଙ୍କୁ ମାସିକ ୨,୦୦୦ ସହାୟତା । ଅନ୍ନ ଭାଗ୍ୟରେ ପ୍ରତି ବିପିଏଲ ପରିବାରକୁ ମାସିକ ୧୦ କେଜି ଖାଦ୍ୟଶସ୍ୟ । ଯୁବ ନିଧିରେ ପ୍ରତି ବେକାର ଯୁବକଙ୍କୁ ମାସିକ ୩,୦୦୦ ଆର୍ଥିକ ସହାୟତା ।  ରାଜ୍ୟ ସରକାରୀ ନିଗମ ବସରେ ମହିଳାଙ୍କୁ ମାଗଣା ଯାତ୍ରା ସୁବିଧା

ବରିଷ୍ଠ ନେତାଙ୍କୁ ଟିକେଟ ନଦେବା -ନିର୍ବାଚନ ପୂର୍ବରୁ ଅନେକ ବିଜେପି ନେତାଙ୍କ ଟିକେଟ କଟାଯାଇଥିଲା । ସେମାନେ କଂଗ୍ରେସ ଟିକେଟରେ ନିର୍ବାଚନ ଜିତିଛନ୍ତି । 

ଦୁର୍ନୀତି ଅଭିଯୋଗ- ରାଜ୍ୟରେ ପିସି ସରକାର ଚାଲିଥିବା କଂଗ୍ରେସ ଅଭିଯୋଗ କରିଥିଲା । ଏହା ମଧ୍ୟ ଲୋକଙ୍କୁ ଛୁଇଁଥିଲା। ୪୦% କମିସିନ ସରକାରଙ୍କୁ ହଟାଇବା ପାଇଁ କଂଗ୍ରେସ କରୁଥିବା ଅଭିଯାନକୁ ଧୀରେଧୀରେ ଲୋକମାନେ ସମର୍ଥନ କରିଥିଲେ।

ବେକାରୀ ଦୂରୀକରଣ- କଂଗ୍ରେସ ବେକାରୀ ଓ ଦରଦାମ ବୃଦ୍ଧି କଥା ଉଠାଇ ବିଜେପିକୁ ଆହୁରି ବ୍ୟାକଫୁଟକୁ ଠେଲି ଦେଇଥିଲା। ବିଜେପି ବେକାରୀ ଦୂରୀକରଣ କରିବାରେ କୈାଣସି ପଦକ୍ଷେପ ନେଇନଥିଲା ।

ଲିଙ୍ଗାୟତ ସଂପ୍ରଦାୟର ଭୋଟ ବିଭାଜନ- ଦଳର ବଡ଼ ଚେହେରା କଂଗ୍ରେସକୁ ଯିବା ପରେ  ଲିଙ୍ଗାୟତ ଭୋଟକୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଥିଲା। ହେଲେ ନିଜର ଭୋଟ ବ୍ୟାଙ୍କକୁ ଦଳ ସଂରକ୍ଷିତ କରି ରଖିବାରେ ବିଫଳ ହୋଇଛି।

ରାଜ୍ୟରେ ମୁସଲିମମାନଙ୍କ ପାଇଁ ଥିବା ୪% ସଂରକ୍ଷଣ ବ୍ୟବସ୍ଥାକୁ ସେ ହଟାଇ ଲିଙ୍ଗାୟତ ଓ ଭୋକ୍କାଲିଗାସ ସଂପ୍ରଦାୟ ମଧ୍ୟରେ ବାଣ୍ଟି ଦେଇଥିଲେ। କିନ୍ତୁ ଏହାର ଫାଇଦା ମଧ୍ୟ ଦଳ ଉଠାଇ ପାରିନି।

ଧାର୍ମିକ ଧ୍ରୁବୀକରଣ ବୁମେରାଂ ହେଲା- ବିଜେପି ନେତାମାନେ ହିନ୍ଦୁ-ମୁସଲମାନ କହିକହି ଲୋକଙ୍କୁ ବିରକ୍ତି କରିଦେଇଥିଲେ । ନିର୍ବାଚନ ବର୍ଷରେ ବିଜେପି ନେତାମାନେ ହଲାଲ, ହିଜାବ, ଅଜାନ ଓ ଭଗବାନ ହନୁମାନଙ୍କ ପ୍ରସଙ୍ଗ ଉଠାଇଥିଲେ। ଲୋକମାନେ ଦରଦାମ ନିୟନ୍ତ୍ରଣ କଥା କହୁଥିବା ବେଳେ ବିଜେପି ଧାର୍ମିକ ନାରା ଦେବାରେ ବ୍ୟସ୍ତ ଥିଲା ।