ଗତକାଲି ରାତିରେ ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର ଏକ ଜଙ୍ଗଲରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସେନାର ୪ ଜଣ ଯବାନ ସହିଦ ହୋଇଛନ୍ତି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଏହି ଖବର ଦେଇଛି। ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ଜଣେ ଅଧିକାରୀଙ୍କ ସମେତ ଭାରତୀୟ ସେନାର ୪ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଥିଲା। ଜମ୍ମୁ-କଶ୍ମୀର ପୁଲିସର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସ୍ଓଜି) ରାତି ପ୍ରାୟ ୮ଟା ୪୫ ମିନିଟ୍ ରେ ଦେସା ବନାଞ୍ଚଳର ଧାରି ଗୋଟେ ଉର୍ବାଗିଠାରେ ମିଳିତ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହାପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।ପ୍ରାୟ ୨୦ ମିନିଟରୁ ଅଧିକ ସମୟ ଧରି ଚାଲିଥିବା ଗୁଳି ବିନିମୟରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ସେନା ଯବାନ ଏବଂ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଥିଲା। ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣଙ୍କ ମୃତ୍ୟୁ ଖବର ଆସିଛି। ଏହି ଅଞ୍ଚଳକୁ ଅତିରିକ୍ତ ସୈନ୍ୟ ପଠାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ଏଠାରେ ଆତଙ୍କବାଦୀଙ୍କୁ ଘେରି ଦିଆଯାଇଛି। ସେନାର ୧୬ କୋର, ଯାହାକୁ ହ୍ୱାଇଟ୍ ନାଇଟ୍ କର୍ପସ ମଧ୍ୟ କୁହାଯାଏ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ ଏହି ଅଞ୍ଚଳକୁ ଅତିରିକ୍ତ ସୈନ୍ୟ ପଠାଯାଇଛି, ଅପରେସନ୍ ଜାରି ରହିଛି।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post