National କାଲିଠୁ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ Last updated May 22, 2023 ଆସନ୍ତାକାଲି ଠାରୁ ଆପଣ ବ୍ୟାଙ୍କ ଯାଇ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ । ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କ ଯାଇ ୨ ହଜାର ଟଙ୍କିଆ ନୋଟ ଜମା କରିପାରିବେ। ଏଥିପାଇଁ କିଛି ପରିଚୟପତ୍ର ଆବଶ୍ୟକ ନାହିଁ । ସେହିପରି ଏହି ଟଙ୍କାକୁ ବଦଳ ମଧ୍ୟ କରିପାରିବେ। ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଏହି ନୋଟ ବଦଳି ପ୍ରକ୍ରିୟା ଚାଲୁ ରହିବ। ଜଣେ ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ଥରକେ ବଦଳି କରିପାରିବେ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବେ। Share