ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାତି ସାଢ଼େ ୯ଟାରେ ଭୁବନେଶ୍ୱର ପହଞ୍ଚିବେ । ଏହା ସହ କାଲି ଭୁବନେଶ୍ୱରରେ ରାତ୍ରୀଯାପନ କରିବା ସହ ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ପ୍ରଧାନମନ୍ତ୍ରୀଙ୍କ ସଭା ଆୟୋଜିତ ହେବ । ଏନେଇ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।ପ୍ରଧାନମନ୍ତ୍ରୀ ରାତିରେ ଭୁବନେଶ୍ୱରରେ ରାତ୍ରିଯାପନ କରିବେ । ସୋମବାର ସକାଳ ସାଢ଼େ ୧୦ଟାରେ ବ୍ରହ୍ମପୁର ଯିବେ । ସେଠାରେ ସାଧାରଣ ସଭାରେ ଯୋଗଦେବା ପରେ ନବରଙ୍ଗପୁର ଗସ୍ତ କରିବେ ମୋଦୀ । ସେଠାରେ ବିଜେପିର ବିଜୟ ସଂକ୍ପଳ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅପରପକ୍ଷରେ ପ୍ରଧାନମମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଓଡ଼ିଶାରେ ନିର୍ବାଚନ ବିଗୁଲ ବାଜିବା ପରେ ପ୍ରଥମ ଥର ପାଇଁ ମୋଦି ପ୍ରଚାର ମଇଦାନ ଓହ୍ଲାଉଛନ୍ତି ।
Trending
- ଚାଷୀ ପଞ୍ଜୀକରଣ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ , ବଢ଼ିବ ଚାଷୀ ପଞ୍ଜୀକରଣ ସମୟସୀମା
- ପହିଲାରୁ ନୂଆ ନିୟମ ,ମାସିକ ବଜେଟକୁ କରିବ ପ୍ରଭାବିତ
- ମନ କି ବାତରେ ଓଡ଼ିଶା କଥା
- ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ନୀଳଗିରିରୁ ଗିରଫ
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
Prev Post
Next Post