ପଡ଼ୋଶୀ ରାଜ୍ୟ କେରଳରେ କୋଭିଡ ମହାମାରୀ ବୃଦ୍ଧି ପରେ କର୍ଣ୍ଣାଟକରେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି କର୍ଣ୍ଣାଟକ ସ୍ୱାସ୍ଥ୍ୟ ମନ୍ତ୍ରଣାଳ । ବିଶେଷ କରି ବରିଷ୍ଠ ନାଗରିକ ଏବଂ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋଭିଡ ମହାମାରୀକୁ ନେଇ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କର୍ଣ୍ଣାଟକ ସ୍ୱାସ୍ଥ୍ୟମନ୍ତ୍ରୀ ଦୀନେଶ ଗୁଣ୍ଡୁ କହିଛନ୍ତି । ଏପଟେ ଭୟ ବଢ଼ାଇଲାଣି କୋଭିଡର ନୂଆ ସବ୍-ଭାରିଆଣ୍ଟ JN. 1 ।କେରଳ ପରେ ଏବେ ଉତ୍ତର ପ୍ରଦେଶରେ ବ୍ୟାପିଲାଣି । ଗତକାଲି ଗୋଟିଏ ଦିନରେ ଦେଶରେ ମୋଟ ୩୩୫ ଜଣ ସଂକ୍ରମିତ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । କୋଭିଡରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ୪ ଜଣ କେରଳର ଏବଂ ଜଣେ ଉତ୍ତର ପ୍ରଦେଶର । ଅବଶ୍ୟ ସଂକ୍ରମିତଙ୍କ ମଧ୍ୟରୁ ସୁସ୍ଥତାଙ୍କ ସଂଖ୍ୟା ମଧ୍ୟ ଉତ୍ସାହଜନକ ବୋଲି କୁହାଯାଇଛି । ଆକ୍ଟିଭ କେସ ୧୭ ଶହ ଟପିଛି। ଏଥିସହ ଦେଶରେ ମୋଟ କୋଭିଡ କେସ ୪ କୋଟି ୫୦ ଲକ୍ଷରେ ପହଞ୍ଚିଛି ।୪ କୋଟି ୪୬ ହଜାର ସୁସ୍ଥ ହୋଇଛନ୍ତି । ଜାତୀୟ ସୁସ୍ଥତା ହାର ୯୮ ଦଶମିକ ୮୧ ପ୍ରତିଶତ ରହିଛି । ଏପଟେ କର୍ଣ୍ଣାଟକରେ ଫେରିଲା ମାସ୍କ ।
Trending
- ସୁଭଦ୍ରା ଯୋଜନାର ହିତାଧିକାରୀମାନେ ୬୦ ବର୍ଷ ବୟସ ପ୍ରାପ୍ତ କରିବା ପରେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ
- ପୁଣି ରାହୁଲ ଆଣିଲେ ଅଭିଯୋଗ
- ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁଙ୍କ ଜୀବନ କେମିତି ନେଲା ଦୀପକ
- ଆଜିଠୁ ବିଧାନସଭାର ମୌସୁମୀ ଅଧିବେସନ ଆରମ୍ଭ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଓଡ଼ିଶାରେ କୋଟିଏ ଛୁଇଁଲା ବୃକ୍ଷରୋପଣ
- ଶୁଭମିତ୍ରାଙ୍କ ହତ୍ୟା ପାଇଁ ୭ଦିନ ତଳୁ ହୋଇଥିଲା ଷଡ଼୍ଯନ୍ତ୍ର
- ବ୍ରହ୍ମଗିରି ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଜେଡି ତାତିଲା
- ୭୫ ବର୍ଷରେ ପାଦ ପାଦ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଭଣ୍ଡ ସନ୍ନ୍ୟାସୀ କିଏ?
- ୯୧୩ଟି ନୂତନ ଅଙ୍ଗନୱାଡି କେନ୍ଦ୍ରର ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
Prev Post
Next Post