କଂଗ୍ରେସ ଦେଇଥିବା ମାଗଣା ପ୍ରତିଶ୍ରୁତି ପୂରଣ କରିବ: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ସ୍ପଷ୍ଟ ବହୁମତ ପାଇଛି । ବିଜେପି ପରାଜିତ ହୋଇଛି । ମୁଖ୍ୟମନ୍ତ୍ରୀ କିଏ ହେବ ଘୋଷଣା ହୋଇନଥିଲେ ମଧ୍ୟ ଡିକେ ଶିବକୁମାର କି ସିଦ୍ଦରମୈୟା ହେବା ସଂଭାବନା ରହିଛି । ଏହାରି ଭିତରେ କଂଗ୍ରେସ ବରିଷ୍ଠ ନେତା ରାହୁଲ ଗାନ୍ଧୀ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଇଛନ୍ତି ।
LIVE: Media Interaction | New Delhi https://t.co/mflXxURASX
— Rahul Gandhi (@RahulGandhi) May 13, 2023
"Bazaar of hatred shut…,"Rahul Gandhi says strength defeated power in Karnataka
Read @ANI Story | https://t.co/fu824hYaCt#RahulGandhi #KarnatakaResults #Congress #KarnatakaElectionResults2023 pic.twitter.com/uIT9tQS30B
— ANI Digital (@ani_digital) May 13, 2023
ସେ କହିଛନ୍ତି କଂଗ୍ରେସ ଗରିବଙ୍କ ପାଇଁ ଯେଉଁ 5ଟି ପ୍ରତିଶ୍ରୁତି ଦେଇଛି ତାହା ପାଳନ କରିବ । କଂଗ୍ରେସ ଏହାର ଇସ୍ତାହାରରେ କର୍ଣ୍ଣାଟକବାସୀଙ୍କୁ ଅନେକ ମାଗଣା ପ୍ରତିଶ୍ରୁତି ଦେଇଥିଲା। କଂଗ୍ରେସ କହିଥିଲା ଯେ, କ୍ଷମତାକୁ ଆସିଲେ ଅଧା ଦାମରେ ଗ୍ୟାସ ଦେବ । କର୍ଣ୍ଣାଟକରେ ସମସ୍ତ ମହିଳାଙ୍କୁ ମାଗଣା ବସ୍ ପାସ୍ ଦେବ । ଘରର ମୁଖିଆ ମହିଳାଙ୍କୁ ପ୍ରତିମାସରେ ୨୦୦୦ଟଙ୍କା ଭତ୍ତା ଦେବ । ପ୍ରତିମାସରେ ସ୍ନାତକ କରି ବେରୋଜଗାର ଥିବା ଯୁବପୀଢ଼ିଙ୍କୁ ୫୦୦୦ଟଙ୍କା ଦେବ । ଡିପ୍ଲୋମାଧାରୀଙ୍କୁ ୧୫୦୦ଟଙ୍କା ଦେବ । ପ୍ରତି ପରିବାରକୁ ୧୦କିଲୋ ଚାଉଳ ଦେବ । ସବୁ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଦେବ । ଦିଲ୍ଲୀର କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏସବୁ ଯୋଜନା ଲାଗୁ କରିବାକୁ କହିଛନ୍ତି । ସେ କହିଛନ୍ତି ଯେ ପ୍ରଥମ ଦିନ, ପ୍ରଥମ କ୍ୟାବିନେଟରେ ଇସ୍ତାହାରରେ ଦେଇଥିବା ୫ଟି ପ୍ରତିଶ୍ରୁତି ପୂରଣ କରିବୁ। କର୍ଣ୍ଣାଟକାରେ ଦଳ ୯୩ଟି ଆସନରେ ବିଜୟୀ ହୋଇସାରିଥିବା ବେଳେ ୪୫ଟିରେ ଆଗୁଆ ରହିଛି।
#WATCH | "PM Modi thinks that by seeing his face voters will vote BJP party, this has been proved wrong," says Congress leader Siddaramaiah#KarnatakaElectionResults2023 pic.twitter.com/P83dMB7hNS
— ANI (@ANI) May 13, 2023
#KarnatakaElectionResults2023 | Congress national president Mallikarajun Kharge and AICC in-charge of Karnataka Randeep Singh Surjewala, have sweets in Bengaluru
(Source: AICC) pic.twitter.com/edjAgzMjRV
— ANI (@ANI) May 13, 2023