ଓଡ଼ିଶାରେ କାହାର ହେବ ବିଜୟ ? ଖୋଲିବ ଇଭିଏମ୍ ପେଡି । ବାହାରିବ ପ୍ରାର୍ଥୀଙ୍କ ଭାଗ୍ୟଫଳ। ଓଡ଼ିଶାରେ କିଏ ସରକାର ଗଢ଼ିବ ଅଷ୍ଟାଦଶ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୬ରେ ତାରିଖ ଘୋଷଣା ହୋଇଥିଲା । ଏହାପରେ ମାରାଥନ ପ୍ରଚାର ଅଭିଯାନ ଚାଲିଲା । ପୁଣି ଏପ୍ରିଲ ୧୯ରୁ ଜୁନ୍ ୧ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ମତଦାନ ହେଲା । ତାରିଖ ଘୋଷଣାରୁ ଭୋଟ ଗଣତି ପର୍ଯ୍ୟନ୍ତ ପ୍ରାୟ ୮୦ ଦିନ ବିତିଛି । ଆଜି ଏହି ୮୦ ଦିନ ପ୍ରତୀକ୍ଷାର ଅନ୍ତ ଘଟିଛି ।ଆସିବ ଭୋଟରଙ୍କ ରାୟ । ୭୫୧ ଦଳର ମୋଟ ୮,୩୬୦ ପ୍ରାର୍ଥୀଙ୍କ ଭାଗ୍ୟର ନିଷ୍ପତ୍ତି ହେବ ।ଜୁନ୍ ୪ (ମଙ୍ଗଳବାର)ରେ ୫୪୩ ଲୋକସଭା ଏବଂ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ଘଣ୍ଟାଏ ପରେ ଜନତା ଦେଖିବେ ଟ୍ରେଣ୍ଡ । କିଏ ଆଗୁଆ ଓ କିଏ ପଛୁଆ ତାହା ଜାଣିବା ଲାଗି ଟିଭି ଉପରେ ରହିବ ନଜର । ପ୍ରତି କ୍ଷଣରେ ନେତାଙ୍କ ଛାତି ଧଡ଼ଧଡ଼ ହେବ ଏବଂ ଜନତାଙ୍କ ଉତ୍କଣ୍ଠାର ପାରଦ ଉପରମୁହାଁ ହୋଇଚାଲିବ । ଅଷ୍ଟାଦଶ ଲୋକସଭା କାହାର, ଅପରାହ୍ନ ୨ଟା ସୁଦ୍ଧା ପ୍ରାୟ ସ୍ପଷ୍ଟ ହେବା ସମ୍ଭାବନା ରହିଛି ।
Trending
- ନବୀନ ନିବାସରେ ରାଜ୍ୟପାଳ ହରିବାବୁ କମ୍ଭମପତି
- ପୁଲିସ୍ ଏସ୍ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ
- ବାୟୁ ପ୍ରତିରକ୍ଷା ଯୁଦ୍ଧାସ୍ତ୍ର ପ୍ରଣାଳୀର ପ୍ରଥମ ସଫଳ ପରୀକ୍ଷଣ
- ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ସମ୍ମିଳନୀ
- ଗଣତନ୍ତ୍ରରେ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ବିଚାର ମନ୍ଥନ ହେଉଛି ସର୍ବୋତ୍ତମ ଉପାୟ
- ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ବୃଦ୍ଧି ପାଇଛି,୮ଟି ଫାଟକ ବନ୍ୟାଜଳ ନିଷ୍କାସନ
- ଯୌତୁକ ପାଇଁ ନିକ୍କିଙ୍କୁ ଜାଳିଥିଲା, ଏବେ ପୁଲିସ କଲା ଏନକାଉଣ୍ଟର
- ସମ୍ବଲପୁରରେ ହେବ ଓୟୁଏଟିର କ୍ୟାମ୍ପସ
- ବୁଲା କୁକୁରଙ୍କୁ ମାଂସ ଦିଆଯିବ ନାହିଁ
- ହୀରାକୁଦର ୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ
Prev Post