ଓଡ଼ିଶା ଫେରିବେ ଟନେଲରୁ ଉଦ୍ଧାର ଶ୍ରମିକ

ଉତ୍ତରାଖଣ୍ଡ: ଉତ୍ତରକାଶୀର ଟନେଲରେ ଫସିଥିବା ଓଡ଼ଆ ଶ୍ରମିକମାନେ ଖୁବଶୀଘ୍ର ଘରକୁ ଫେରିବେ । ଉତ୍ତରକାଶୀରୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ ସାରଦା ନାୟକ। ସେ କହିଛନ୍ତି କି, ଓଡ଼ିଶାର ଫସିଥିବା ୫ ଶ୍ରମିକଙ୍କ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ପ୍ରଥମରୁ ତତ୍ପରତା ପ୍ରକାଶ କରିଥିଲେ । ପୁରା ଘଟଣା ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଥିଲେ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ଉଦ୍ଧାର ହୋଇଥିବା ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାକୁ ଚାଲିଛି ସମସ୍ତ ବ୍ୟବସ୍ଥା। 5T ଅଧକ୍ଷ କାର୍ତ୍ତିକ ପାଣ୍ଡିଆନ ପୁରା ଘଟଣାର ତଦାରଖ କରୁଛନ୍ତି। ଟନେଲ ଧସିବା ପରଠାରୁ ଶ୍ରମିକ ଉଦ୍ଧାର ପର୍ଯ୍ୟନ୍ତ ସବୁଦିନ ସ୍ଥିତି ବିଷୟରେ ପଚାରି ବୁଝୁଥିଲେ ରାଜ୍ୟ ସରକାର। ପୁରା ଘଟଣା ଉପରେ ନଜର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରମିକଙ୍କ ଉଦ୍ଧାର ଲାଗି ମୁଖ୍ୟମନ୍ତ୍ରୀଙ୍କ ତତ୍ପରତା ଏବଂ 5T ଅଧ୍ୟକ୍ଷ ପାଣ୍ଡିଆନଙ୍କ ଉଦ୍ୟମ ପାଇଁ ଧନ୍ୟବାଦ ବୋଲି କହିଛନ୍ତି ସାରଦା ନାୟକ । ଟନେଲ ଧସିବା ପରେ ଫସିଥିବା ଶ୍ରମିକଙ୍କ ପରିବାର 5T ଅଧ୍ୟକ୍ଷଙ୍କୁ ନବୀନ ନିବାସରେ ସାକ୍ଷାତ କରିଥିଲେ ।୧୭ ଦିନ ଧରି ଶ୍ରମିକମାନେ ଫସି ରହିଥିବାବେଳେ ଟନେଲ ବାହାରେ ଉଦ୍ଧାର ପାଇଁ ଚାଲିଥିଲା ଯୋଜନା । ପ୍ରଥମରୁ ବହୁ ଯୋଜନା ଫେଲ ମାରିଥିଲା । ତେବେ ଦେବତାଙ୍କ କୋପରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି । ବୋଖନାଗ ଦେବତା ଶାନ୍ତ ହେବା ପରେ ଶ୍ରମିକମାନେ ଉଦ୍ଧାର ହୋଇଛନ୍ତି ବୋଲି ସ୍ଥାନୀୟ ଲୋକ କହିଛନ୍ତି । ଏପରିକି ଆଜି ମଧ୍ୟ ଟନେଳ ବାହାରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଛି । ଶ୍ରମିକଙ୍କ ପରିବାର ଲୋକେ ବେଶ ଚିନ୍ତାରେ ରହିଥିବାବେଳେ ଶେଷରେ ସେମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ଏପରିକି ସାରା ଭାରତ ବର୍ଷରେ ଏକ ଖୁସି ଖବର ଖେଳି ଯାଇଛି ।