ଆଉ ଦିନ କେଇଟାରେ ହେବାକୁ ଯାଉଛି ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା । ସେଥିପାଇଁ ଶିଳ୍ପୀଙ୍କୁ ତର ନାହିଁ, ସମସ୍ତେ ନିଜ ନିଜର କାର୍ଯ୍ୟରେ ଲାଗିପଡିଛନ୍ତି । ମନ୍ଦିର ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ କହିବା ଅନୁଶାରେ ତିନି ମହଲା ବିଶିଷ୍ଟ ଏହି ମନ୍ଦିରର ଭୂତଳ କାମ ଡିସେମ୍ବର ଶେଷ ସୁଦ୍ଧା ସରିଯିବ । ପ୍ରତିଷ୍ଠା ସମାରେହ କାର୍ଯ୍ୟକ୍ରମ ଜାନୁଆରୀ ୨୨ ତାରିଖରେ ହେବ ।ରାମ ମନ୍ଦିରର ମୁଖ୍ୟ ପୂଜାରୀ ସତେନ୍ଦ୍ର ଦାସ ମହାରାଜଙ୍କ କହିବା କଥା ଜାନୁଆରୀ ୧୫ ତାରିଖରୁ୨୪ ତାରିଖ ଭିତରେ ମନ୍ଦିର ପ୍ରତିଷ୍ଠା ହେବ । ଏନେଇ ପିଏମଓଙ୍କ ନିକଟକୁ ଚିଠି ହୋଇଥିଲା ତାହାର ଉତ୍ତର ମଧ୍ୟ ଆସିଛି । ୨୨ତାରିଖ ଦିନ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଆସିବେ, ସେଥିଲାଗି ସେହି ଦିନ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏଥିଲାଗି ଆହୁରି ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି । ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପରେ ମନ୍ଦିର ଟ୍ରଷ୍ଟ ରାମଙ୍କ ପୂଜା ପ୍ରକ୍ରିୟା ଆରମ୍ଭ କରିବ, ୧୦ ଦିନ ଧରି ରାମଙ୍କ ପ୍ରତିଷ୍ଠା ଉତ୍ସବ ପାଳନ କରିବ ।
Trending
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିଜେଡିକୁ ଜୋରଦାର୍ ଝଟକା। ପଦ୍ମ ଧରିଲେ ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ
- ସୁଜାତା ଆର୍ କାର୍ତ୍ତିକେୟନଙ୍କୁ ଶକ୍ତି ନାନୀ ଉପାଖ୍ୟାନ ଦେଲେ – ଶ୍ରୀମୟୀ ମିଶ୍ର
- ବାବା ଧବଳେଶ୍ଵରଙ୍କ ପୀଠରେ ପାଳନ ହେଉଛି ବଡଓଷା ପର୍ବ
- ପରଲୋକରେ ‘ରୁଚି ମସଲା’ର ପ୍ରତିଷ୍ଠାତା ଶରତ କୁମାର
- ଡିସେମ୍ବର ୩୧ ଯାଏଁ ବଢିଲା ଇ-କେୱାଇସି ର ଅବଧି
- ବାପାଙ୍କୁ ପଚାରିନଥିଲା ବିଜେଡ଼ି – ଜୟ
- ବିହାର ବିଧାନସଭା ନିର୍ବାଚନ, ଆଜି ନିର୍ବାଚନୀ ପ୍ରଚାର ମଇଦାନକୁ ଓହ୍ଲାଇଲେ ପ୍ରିୟଙ୍କା
- ମେଣ୍ଟରେ ଲଢିବେ ଉଦ୍ଧବ ଠାକରେ ଓ ଅଜିତ୍ ପାୱାରଙ୍କ ପାର୍ଟି
- ଓଡ଼ିଶା ପୁଲିସ SI କେଳେଙ୍କାରୀ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଗିରଫ