ବିହାରରେ ରାଜନୈତିକ ଦଳମାନେ ଏସଆଇଆରକୁ ନେଇ ହୋହାଲ୍ଲା କରୁଛନ୍ତି । କିନ୍ତୁ କୈାଣସି ଭୋଟର ଯାହାର ନାମ କଟିଛି ସେମାନେ ଆଜି ପର୍ଯ୍ୟନ୍ତ ଅଭିଯୋଗ କରିନାହାଁନ୍ତି । ଯାହାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିହାରରେ ୧.୬୮ ଲକ୍ଷରୁ ଅଧିକ ବୁଥ୍-ସ୍ତରୀୟ ଏଜେଣ୍ଟ (ବିଏଲ୍ଏ) ଅଛନ୍ତି । କିନ୍ତୁ ଏସ୍ଆଇଆର୍ ଦ୍ବାରା ଲକ୍ଷ ଲକ୍ଷ ଭୋଟରଙ୍କୁ ବଞ୍ଚିତ କରିବ ବୋଲି ବିରୋଧୀ ଦାବି କରୁଥିବା ବେଳେ ଅଗଷ୍ଟ ପହିଲାରେ ନିର୍ବାଚନ ଆୟୋଗ ଦ୍ୱାରା ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ପ୍ରାୟ ୬୫ ଲକ୍ଷ ଭୋଟରଙ୍କୁ ବାଦ୍ ଦିଆଯାଇଛି। ଅନେକ ବିରୋଧୀ ଦଳ ଏହି ସଂଖ୍ୟାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଦାବି କରିଛନ୍ତି ଯେ ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଡ୍ରାଫ୍ଟ ତାଲିକାରେ ମୃତ ଘୋଷଣା କରାଯାଇଛି। ସୁପ୍ରିମ୍କୋର୍ଟ କହିଛନ୍ତି, ଆମେ ରାଜନୈତିକ ଦଳଗୁଡ଼ିକର ନିଷ୍କ୍ରିୟତା ଦେଖି ଆଶ୍ଚର୍ଯ୍ୟ ହୋଇଛୁ। ଏତେ ସଂଖ୍ୟାରେ ବିଏଲ୍ଏ (ବୁଥ୍-ସ୍ତରୀୟ ଏଜେଣ୍ଟ) ନିଯୁକ୍ତ ହେବା ପରେ ସେମାନେ କ’ଣ କରୁଛନ୍ତି? ରାଜନୈତିକ ଦଳମାନେ ଭୋଟରଙ୍କୁ ସାହାଯ୍ୟ କରିବା ଦରକାର ବୋଲି କୋର୍ଟ କହିଛନ୍ତି। ଡ୍ରାଫ୍ଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନ ଥିବା ୬୫ ଲକ୍ଷ ଲୋକ ଜୀବିତ ଅଛନ୍ତି ନା ମୃତ୍ୟୁବରଣ କରିଛନ୍ତି କିମ୍ବା ସ୍ୱେଚ୍ଛାକୃତ ଭାବେ ସେମାନଙ୍କ ବାସସ୍ଥାନ ସ୍ଥାନାନ୍ତର କରିଛନ୍ତି ତାହା ସମସ୍ତ ରାଜନୈତିକ ଦଳର ବିଏଲ୍ଏମାନେ ଯାଞ୍ଚ କରିବେ ବୋଲି କୋର୍ଟ କହିଛନ୍ତି।
‘ଆପତ୍ତି ଦାଖଲ କରିବାକୁ ଅନୁମତି ଦିଆଯାଉନାହିଁ’
Trending
- ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ହେଲେ ଆଯୋଧ୍ୟା ରାମ ମନ୍ଦିରର CEO
- ଓଡ଼ିଶାରେ କମିଲା PUCC ଜରିମାନା, ଗାଡ଼ି ଅନୁସାରେ ଲାଗିବ ଅଲଗା ଅଲଗା ଜରିମାନା
- ନୂଆ ପୋଲିସ ମୁଖ୍ୟ ଚୟନ ଉପରେ ଜାରି ରହିଲା ସସ୍ ପେନ୍ସ,ସେପ୍ଟେମ୍ବର ୭କୁ ଘୁଞ୍ଚିଲା ସୁପ୍ରିମକୋର୍ଟଙ୍କ ଶୁଣାଣି
- ୧୦ ମାସ ପରେ ବ୍ରହ୍ମପୁର ଜେଲରୁ ବାହାରିଲେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ହୋଇଥିଲେ ଗିରଫ
- ସ୍ୱାୟତ୍ତ ଶାସନ ଦିବସ: ସହରର ବିକାଶ ପାଇଁ ଏକଜୁଟ ହେବାକୁ ଟିଟିଲାଗଡ଼ ପୌରପରିଷଦର ଆହ୍ୱାନ
- ଯେପର୍ଯ୍ୟନ୍ତ ଅତ୍ୟନ୍ତ ଆବଶ୍ୟକ ନହୋଇଛି, ସେପର୍ଯ୍ୟନ୍ତ ସୁନା କିଣିବାରୁ ଦୂରେଇ ରହିବା ଉଚିତ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ଓଡ଼ିଶା ଲୋକଭବନକୁ ଗ୍ରୀନ୍ ବ୍ଲିଡିଂ ମାନ୍ୟତା ,ଭାରତର ପ୍ରଥମ ଲୋକଭବନ ଭାବେ ଏହି ମାନ୍ୟତା ହାସଲ କରିଛି ଓଡ଼ିଶା ଲୋକଭବନ
- ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମାେହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
- ବାଣ କାରଖାନାରେ ବିସ୍ଫୋରଣ : ୮ ପିଲାଙ୍କ ସମେତ ୧୧ ମୃତ ୫ ଗୁରୁତର
- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାରା ସ୍ପେଶାଲ ଫୋର୍ସେସ ଅଧିକାରୀ ଋଷଭ ସିଂହ ସାଂବ୍ୟାଲଙ୍କ ଇସ୍ତଫା, ପାରିବାରିକ ଓ ବ୍ୟକ୍ତିଗତ କାରଣ ପାଇଁ ନେଲେ ଅବସର
Next Post