ଏନକାଉଣ୍ଟରରେ ୪ଗ୍ୟାଙ୍ଗଷ୍ଟର ସଫା
ପଞ୍ଜାବର ଅମୃତସର ଜିଲ୍ଲାର ଚିଚା ଭକନା ଗ୍ରାମରେ ପୁଲିସ ଏବଂ ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଏହି ଏନକାଉଣ୍ଟରରେ ସମସ୍ତ ୪ଜଣ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ସାଧାରଣ ନାଗରିକ ଓ ୩ଜଣ ପୁଲିସକର୍ମୀ ଆହତ ହୋଇଥିବା ଜଣାପଡ଼ିଛି।ଏହା ସହ ଗ୍ରାମର ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଛି। ଏହି ଏନକାଉଣ୍ଟରରେ ମୃତ୍ୟୁବରଣ କରିଥିବା ଜଣେ ଗ୍ୟାଙ୍ଗଷ୍ଟର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସହ ଜଡିତ ଥିଲା ବୋଲି କୁହାଯାଉଛି।