୨୦୨୪ ଲୋକସଭା ନିର୍ବାଚନ ସମୟରେ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ କରାଇବା ଲାଗି ସରକାର ବିଚାର କରୁଥିବେଳେ ଏହା ସମ୍ଭବ ନୁହେଁ ବୋଲି ବିଧି ଆୟୋଗ ଅନୁମାନ କରିଛନ୍ତି । ବିଚାରପତି ଋତୁରାଜ ଅଗସ୍ତିଙ୍କ ପକ୍ଷରୁ ଉପସ୍ଥାପନ ହେବାକୁ ଯାଉଥିବା ରିପୋର୍ଟରେ ଏପରି ଅନୁମାନ କରାଯାଇଥିବା ଜାଣିବାକୁ ମିଳିଛି। ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଉପସ୍ଥାପନ କରି ନାହାନ୍ତି। ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଆୟୋଗ ତାଙ୍କ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବେ। ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରାଇବା ଲାଗି ସମ୍ବିଧାନ ସଂଶୋଧନ କରାଇବା ଲାଗି ଆୟୋଗ ସରକାରଙ୍କୁ ପ୍ରସ୍ତାବ ଦେବେ। ଏକକାଳୀନ ନିର୍ବାଚନ କରାଇବା ସମ୍ପର୍କରେ ୨୨ତମ ବିଧି ଆୟୋଗ ବିଭିନ୍ନ ରାଜନୈତିକ ଦଳ, ନିର୍ବାଚନ ଆୟୋଗ, ଅମଲାତନ୍ତ୍ର ଅଧିକାରୀ, ବିଶେଷଜ୍ଞ ଠାରୁ ମତାମତ ଲୋଡିଥିଲେ। ତେବେ ୨୦୧୮ରେ ୨୧ତମ ବିଧି ଆୟୋଗ ଦେଇଥିବା ଚିଠା ରିପୋର୍ଟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ କରାଇବା ସପକ୍ଷରେ ମତ ଦେଇଥିଲେ। ଏକକାଳୀନ ନିର୍ବାଚନ ହେବା ଦ୍ବାରା ରାଜସ୍ବ ଖର୍ଚ୍ଚ କମ୍ ହେବ ଓ ପ୍ରଶାସନ ଉପରେ ଚାପ କମ୍ ହେବ। ଏହାଦ୍ବାରା ସରକାର ତାଙ୍କ ନୀତି ଓ ନିୟମକୁ ଠିକ୍ ରୂପେ କାର୍ଯ୍ୟକାରୀ କରିପାରିବେ। ତେବେ ବର୍ତ୍ତମାନର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏକକାଳୀନ ନିର୍ବାଚନ କରାଇବା ସମ୍ଭବ ନୁହେଁ।
Trending
- ପୂଜା ପାଇଁ ଭୁବନେଶ୍ବରରେ ଅସମ୍ଭାଳ ଭିଡ଼ , ଟ୍ରାଫିକ ଜାମ୍ ଦେଖି ଲୋକେ ଘରୁ ବାହାରିବାକୁ କୁନ୍ଥୁକୁନ୍ଥୁ ଶ୍ରଦ୍ଧାଳୁ
- ଆସିଲା ବିହାରର ଚୂଡ଼ାନ୍ତ ଭୋଟର ତାଲିକା
- ବିଜୟଙ୍କ ରାଲିରେ ଦଳାଚକଟାଜନିତ ମୃତ୍ୟୁସଂଖ୍ୟା ୪୦ରେ ପହଞ୍ଚତ୍ଥିବାବେଳେ
- ମଣ୍ଡପରେ ପବିତ୍ର ମହାସପ୍ତମୀ ଆଜି
- ଭୁବନେଶ୍ୱର ମହନଗରରେ ଚଳିତ ବର୍ଷ ୧୭୨ ପୂଜା ମଣ୍ଡମରେ ମା ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛି
- ତାମିଲନାଡ଼ୁ ଦଳାଚକଟାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଦେବେ ପ୍ରଧାନମନ୍ତ୍ରୀ
- ଭାରତ ବିକାଶ ପରିଷଦ ସେଣ୍ଟ୍ରାଲ ବ୍ରାଞ୍ଚ ଭୁବନେଶ୍ବର ପକ୍ଷରୁ ଭବ୍ୟ କନ୍ୟା ପୂଜନ ଉତ୍ସବ
- ଟିଭିକେ ମୁଖ୍ୟ ବିଜୟଙ୍କ ରାଲିରେ ଘଟିଛି ବଡ଼ ଦୁର୍ଘଟଣା, ଦଳାଚକଟା ଯୋଗୁଁ ୩୧ ଜଣଙ୍କର ମୃତ୍ୟୁ
- ଡବଲ ଇଞ୍ଜିନ ସରକାରରେ ଓଡ଼ିଶା ଆଗକୁ ବଢୁଛି
- ଆଜି ଝାରସୁଗୁଡ଼ା ଆସୁଛନ୍ତି ମୋଦି
Prev Post
Next Post