ଦୀର୍ଘ ୧୭ ଦିନ ଧରି ଫଶି ରହିବା ପରେ ଶେଷରେ ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ଭିତରୁ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ତେବେ ଗତ ୨୮ ତାରିଖରେ ସମସ୍ତ ଶ୍ରମିକଙ୍କୁ ସୁଡ଼ଙ୍ଗ ଭିତରୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ଏବେ ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି ଓ ଖୁବଶୀଘ୍ର ସେମାନେ ନିଜ ନିଜ ଘରକୁ ଫେରିବେ ବୋଲି ଜଣାପଡ଼ିଛି ।ତେବେ ଏହି ଦୁର୍ଘଟଣା ପରେ ଏବେ ଉତ୍ତରକାଶୀର ସୁଡ଼ଙ୍ଗର କ’ଣ ହେବ? ଏହି ସୁଡ଼ଙ୍ଗ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଚାରଧାମ ପ୍ରକଳ୍ପର ଏକ ଅଂଶ । ମୌସୁମୀ ସମୟରେ ଯମୁନେତ୍ରୀ ପର୍ଯ୍ୟନ୍ତ କିପରି ଲୋକମାନେ ସହଜରେ ପହଞ୍ଚି ପାରିବେ ସେଥିପାଇଁ ଏକ ରାସ୍ତା ନିର୍ମାଣ କରିବା ଏହା ପଛର ଉଦ୍ଦେଶ୍ୟ । ୨୯ ତାରିଖ ଦିନ ମେଶିନ ସମେତ ଅପରେସନ ଟିମ୍ ଚାଲିଯିବା ପରେ ସେହି ସ୍ଥାନରେ ନିର୍ଜନତା ଦେଖିବାକୁ ମିଳିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସମୟରେ ବନ୍ଦ କରାଯାଇଥିବା ସୁଡ଼ଙ୍ଗ ନିକଟ ରାସ୍ତାକୁ ଖୋଲି ଦିଆଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ କର୍ମୀ ମୁତୟନ ରହିଛନ୍ତି ।ଏହା ମଧ୍ୟରେ ସୁରଙ୍ଗର ସେଫଟି ଅଡିଟ କରିବାକୁ ସରକାର ଆଦେଶ ଦେଇଛନ୍ତି । ଏହି କାମ କରୁଥିବା ଶ୍ରମିକଙ୍କୁ ବ୍ରେକ୍ ଦିଆଯାଇଛି । ତେଣୁ ଏବେ ସୁଡ଼ଙ୍ଗର ଭବିଷ୍ୟତ କ’ଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡ ସରକାରଙ୍କ ସଚିବଙ୍କ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଛି ଏଜେନ୍ସି ଦ୍ୱାରା ଏହି ରେସକ୍ୟୁ ଅପରେସନ ଚାଲିଥିଲା । ଏନଡିଆରଏଫର ୬୦ କର୍ମଚାରୀ, ୨୦ ଷ୍ଟାଣ୍ଡବାଏ କର୍ମଚାରୀ ସମସ୍ତେ ଏବେ ଫେରି ଯାଇଛନ୍ତି । ‘ଚାର ଧାମ ଯାତ୍ରା ଅଲ ୱେଦର ରୋଡ଼’ ପ୍ରୋଜେକ୍ଟର ଲମ୍ବ ୯୦୦ କିମି ରହିଥିବା ବେଳେ ସିଲକ୍ୟାରା ସୁଡ଼ଙ୍ଗ ପ୍ରକଳ୍ପର ଲମ୍ବ ୪.୫ କିମି । ଏଥିପାଇଁ ୧୨ ହଜାର କୋଟି ବ୍ୟୟ ବରାଦ ହୋଇଛି ।
Trending
- ଆମେ ପ୍ରତିଶ୍ରୃତି ଦେଇଥିବା ୨୧ଟି କାର୍ଯ୍ୟକ୍ରମ ମଧ୍ୟରୁ ଏକ ବର୍ଷ ଭିତରେ ୧୧ଟି କାର୍ଯ୍ୟକାରୀ କରିଛୁ- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ନିର୍ମାଣାଧୀନ ୬ ମହଲା କୋଠାରୁ ପଡ଼ି ଜଣେ ଶ୍ରମିକ ମୃତ
- ଯବାନଙ୍କ ଗୁଳିରେ 7 ମାଓବାଦୀ ଗିରଫ
- କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ ଅସୁସ୍ଥ ,ଡାକ୍ତରଖାନାରେ ଭର୍ତ୍ତି
- 4 ଟି ପ୍ରସ୍ତାବ ବାଜିଲା କ୍ୟାବିନେଟ ମୋହର , ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜାନା କୁ ମିଳିଲା ଅନୁମୋଦନ
- ବିକଶିତ କୋଟିଆ ପାଇଁ ମାଷ୍ଟର ପ୍ଲାନ
- ରାଜ୍ୟରେ ଆଉ ୭ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ
- ଆଜି ରୁକ୍ମିଣୀ ହରଣ ଏକାଦଶୀ , ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ
- ବିଶ୍ଵର ସର୍ବୋଚ୍ଚ ସେତୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
- ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦ ବୈଠକ
Prev Post
Next Post