ଦୀର୍ଘ ୧୭ ଦିନ ଧରି ଫଶି ରହିବା ପରେ ଶେଷରେ ଉତ୍ତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ଭିତରୁ ୪୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ । ତେବେ ଗତ ୨୮ ତାରିଖରେ ସମସ୍ତ ଶ୍ରମିକଙ୍କୁ ସୁଡ଼ଙ୍ଗ ଭିତରୁ ସୁରକ୍ଷିତ ଭାବେ ବାହାର କରାଯିବା ପରେ ସେମାନଙ୍କୁ ମେଡିକାଲ ନିଆଯାଇଥିଲା । ଏବେ ସମସ୍ତ ଶ୍ରମିକ ସୁସ୍ଥ ଅଛନ୍ତି ଓ ଖୁବଶୀଘ୍ର ସେମାନେ ନିଜ ନିଜ ଘରକୁ ଫେରିବେ ବୋଲି ଜଣାପଡ଼ିଛି ।ତେବେ ଏହି ଦୁର୍ଘଟଣା ପରେ ଏବେ ଉତ୍ତରକାଶୀର ସୁଡ଼ଙ୍ଗର କ’ଣ ହେବ? ଏହି ସୁଡ଼ଙ୍ଗ କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଚାରଧାମ ପ୍ରକଳ୍ପର ଏକ ଅଂଶ । ମୌସୁମୀ ସମୟରେ ଯମୁନେତ୍ରୀ ପର୍ଯ୍ୟନ୍ତ କିପରି ଲୋକମାନେ ସହଜରେ ପହଞ୍ଚି ପାରିବେ ସେଥିପାଇଁ ଏକ ରାସ୍ତା ନିର୍ମାଣ କରିବା ଏହା ପଛର ଉଦ୍ଦେଶ୍ୟ । ୨୯ ତାରିଖ ଦିନ ମେଶିନ ସମେତ ଅପରେସନ ଟିମ୍ ଚାଲିଯିବା ପରେ ସେହି ସ୍ଥାନରେ ନିର୍ଜନତା ଦେଖିବାକୁ ମିଳିଥିଲା । ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସମୟରେ ବନ୍ଦ କରାଯାଇଥିବା ସୁଡ଼ଙ୍ଗ ନିକଟ ରାସ୍ତାକୁ ଖୋଲି ଦିଆଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ କର୍ମୀ ମୁତୟନ ରହିଛନ୍ତି ।ଏହା ମଧ୍ୟରେ ସୁରଙ୍ଗର ସେଫଟି ଅଡିଟ କରିବାକୁ ସରକାର ଆଦେଶ ଦେଇଛନ୍ତି । ଏହି କାମ କରୁଥିବା ଶ୍ରମିକଙ୍କୁ ବ୍ରେକ୍ ଦିଆଯାଇଛି । ତେଣୁ ଏବେ ସୁଡ଼ଙ୍ଗର ଭବିଷ୍ୟତ କ’ଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡ ସରକାରଙ୍କ ସଚିବଙ୍କ ଅନୁଯାୟୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କିଛି ଏଜେନ୍ସି ଦ୍ୱାରା ଏହି ରେସକ୍ୟୁ ଅପରେସନ ଚାଲିଥିଲା । ଏନଡିଆରଏଫର ୬୦ କର୍ମଚାରୀ, ୨୦ ଷ୍ଟାଣ୍ଡବାଏ କର୍ମଚାରୀ ସମସ୍ତେ ଏବେ ଫେରି ଯାଇଛନ୍ତି । ‘ଚାର ଧାମ ଯାତ୍ରା ଅଲ ୱେଦର ରୋଡ଼’ ପ୍ରୋଜେକ୍ଟର ଲମ୍ବ ୯୦୦ କିମି ରହିଥିବା ବେଳେ ସିଲକ୍ୟାରା ସୁଡ଼ଙ୍ଗ ପ୍ରକଳ୍ପର ଲମ୍ବ ୪.୫ କିମି । ଏଥିପାଇଁ ୧୨ ହଜାର କୋଟି ବ୍ୟୟ ବରାଦ ହୋଇଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post