ଆସାମରେ ବନ୍ୟା ସ୍ଥିତି ଗମ୍ଭୀର : ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ଗୌହ୍ୱାଟୀ: ଆସାମରେ ବନ୍ୟା ସ୍ଥିତି ଗମ୍ଭୀର ହେବାରେ ଲାଗିଛି ।  ୯ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି ।  ବନ୍ୟାକୁ ନେଇ ସରକାର ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ତୀବ୍ର କରି କରିଦେଇଛନ୍ତି । ନ୍ୟାସନାଲ ଡିଜାଷ୍ଟର ରିଲିଫ ଫୋର୍ସ ମୁତୟନ କରାଯାଇଛି । ଗୃହମନ୍ତ୍ରୀ ଅମିତ ଶାହ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ସରମାଙ୍କ ସହ ଆଲୋଚନା କରି ସବୁ ପ୍ରକାରର ସହାୟତା କରିବାକୁ ଆଶ୍ୱାସନା ଦେଇଛନ୍ତି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନର ସମନ୍ୱୟରେ ଆସାମର ବନ୍ୟା ପ୍ରଭାବିତ ଜିଲ୍ଲାରେ ଏନଡିଆରଏଫର ୧୦ ଟିମ ମୁତୟନ କରାଯାଇଛି । ଏନଡିଆରଏଫର ଟିମ୍ ତଳିଆ ଅଞ୍ଚଳରେ ଉଦ୍ଧାର ଏବଂ ସ୍ଥାନାନ୍ତର କାମ ଜାରି ରଖିଛି ।