ଆସନ୍ତାକାଲି ରାମ୍ନାଗଡ଼ ଓ ବେଙ୍ଗାଲୁରୁ ବନ୍ଦ ରହିବ । ରାମ୍ନାଗଡ଼ର କୃଷକ ଓ ପ୍ରୋ-କନ୍ନଡ଼ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏଥିପାଇଁ ଗତ ରବିବାର ଦିନ ରାମ୍ନାଗଡ଼ ରଇଥା ଭବନ ଠାରେ ଏକ ପ୍ରାଥମିକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଅନେକ ସଂଗଠନ, ବ୍ୟବସାୟୀ ସଂଘ, ହୋଟେଲ ମାଲିକ ସଂଘ, ଓକିଲ ସଂଘ, ଅଟୋ ଡ୍ରାଇଭର ସଂଘ ଯୋଗଦେଇଥିବା ବେଳେ ରାମ୍ନାଗଡ଼, ଛନ୍ନାପାଟଣା, ବିଦାଦି ସହର ସମ୍ପୂର୍ଣ୍ଣ ବନ୍ଦ ନେଇ ସେମାନେ ସମର୍ଥନ ଜଣାଇଥିଲେ ।ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଏହି ଅବସରରେ ମେଡିକାଲ, ହସ୍ପିଟାଲ, କ୍ଷୀର ଦୋକାନ, ସିଲକ ମାର୍କେଟକୁ ଛାଡ଼ି ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।ସେପ୍ଟେମ୍ବର ୨୯ ତାରିଖରେ ସାରା କର୍ଣ୍ଣାଟକ ବନ୍ଦ ରହିବ । ପ୍ରୋ-କନ୍ନଡ଼ କାର୍ଯ୍ୟକର୍ତ୍ତା ଭାଟଲ ନାଗରାଜ ଏନେଇ ଘୋଷଣା କରିଛନ୍ତି । କନ୍ନଡ଼ ସଂଘ ଦ୍ୱାରା ଏହି ବନ୍ଦ ଡାକରା ଦିଆଯାଇଛି ।
Trending
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
- ଶ୍ରୀମନ୍ଦିରରେ ଏଏସଆଇ ଟିମ୍,ଗର୍ଭଗୃହ, ନାଟମଣ୍ଡପ ସହିତ ଭୋଗ ମଣ୍ଡପର ସଂରକ୍ଷିତ କାର୍ଯ୍ୟ କରାଯିବ
- ପୁଣି ଥରେ ମହାକାଶରେ ଇତିହାସ ସୃଷ୍ଟି କରିଛି ଭାରତ,ସଫଳତାର ସହ ଉତକ୍ଷେପଣ କଲା