ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସିବେ । ସେ ସୋନପୁରରେ ନିର୍ବାଚନ ବିଗୁଲ ଫୁଙ୍କିବେ । ରାଜ୍ୟରେ ପ୍ରଚାର କାର୍ଯ୍ୟ ପାଇଁ ଅମିତ ଶାହାଙ୍କ ଏହା ପ୍ରଥମ ଗସ୍ତ ହୋଇଥିବା ବେଳେ ରାଜ୍ୟ ବିଜେପି ନେତା ଓ କର୍ମୀ ଉତ୍ସାହିତ ଅଛନ୍ତି । ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ କିପରି ରହିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।ଆଜି ଅପରାହ୍ନ ୩ଟା ୪୫ରେ ଝାରସୁଗୁଡ଼ା ବିମାନ ବନ୍ଦର ପହଞ୍ଚିବେ । ସେଠାରୁ ସୋନପୁର ରାମେଶ୍ୱର ଷ୍ଟାଡ଼ିୟମ ଠାରେ ଆୟୋଜିତ ଜନସଭାକୁ ସମ୍ବୋଧିତ କରିବେ । ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଦଳର ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ରାଜ୍ୟସ୍ତରୀୟ ଶୀର୍ଷ ନେତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଶାହା ରାଜ୍ୟ ନେତୃତ୍ୱଙ୍କ ସହ ନିର୍ବାଚନୀ ରଣନୀତି ନେଇ ଆଲୋଚନା କରିବେ ।
Trending
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
Prev Post
Next Post