ଅଞ୍ଜଳିଙ୍କ ମୃତ୍ୟୁ ମାମଲାକୁ ନେଇ ପୋଲିସ କହିଲା ଗାଡ଼ି ପଛରେ ଅନ୍ୟ ଜଣେ ଯୁବତୀ ବି ଥିଲେ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୫ଜଣ ଯୁବକ ସ୍କୁଟି ଚଳାଉଥିବା ଜଣେ ଯୁବତୀଙ୍କୁ ୪ କିଲୋମିଟର ଘୋଷାରି ନେବା ପରେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।  ଏହି ଘଟଣାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ତାଙ୍କ ଝିଅକୁ ଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ତେବେ ପୋଲିସ ଏହି ଅଭିଯୋଗକୁ ଖାରଜ କରିଛି । ଏନେଇ ପୋଲିସ ପକ୍ଷରୁ ଏକ ସିସିଟିଭି ଜାରି କରାଯାଇଛି । ଏଥିରେ ଯୁବତୀଙ୍କ ସହ ତାଙ୍କ ସ୍କୁଟି‌ରେ ଅନ୍ୟ ଜଣେ ଯୁବତୀ ବି ଥିଲେ। ଯେଉଁ ରାତିରେ ଅଞ୍ଜଳିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ସେହି ରାତିରେ ତାଙ୍କ ପଛରେ ଅନ୍ୟ ଜଣେ ଯୁବତୀ ବି ଥିଲେ।

ଦୁର୍ଘଟଣାରେ ଅଞ୍ଜଳିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଯୁବତୀଙ୍କୁ ଶରୀରରେ ଆଘାତ ଲାଗିଥିଲା ଓ ସେ ସେଠାରୁ ସିଧା ତ‌ାଙ୍କ ଘରକୁ ଫେରି ଯାଇଥିଲେ। ମାତ୍ର ଅଞ୍ଜଳିଙ୍କ ଗୋଡ଼ ଏକ୍ସିଲିଟରରରେ ପଶି ଯାଇଥିବା ହେତୁ ସେ ଘୋଷାଡ଼ି ହୋଇ ୪ କିଲୋମିଟର ପର୍ଯ୍ୟନ୍ତ ଯାଇଥିଲେ।