ଅକ୍ଟୋବର ୩୧ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଯୁବ ଓ ଯୁବ ନେତୃତ୍ୱାଧୀନ ବିକାଶ ପାଇଁ ଏକ ନୂତନ ସ୍ୱୟଂଶାସିତ ସଂସ୍ଥା ‘ମେରା ଯୁବ ଭାରତ’ ମଞ୍ଚର ଶୁଭାରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଘୋଷଣା କରିଛନ୍ତି। ଏକ ବିକଶିତ ଭାରତ ଗଠନରେ ଭାରତର ଯୁବଶକ୍ତିକୁ ଏକାଠି କରିବା ପାଇଁ ଏହା ଏକ ଅନନ୍ୟ ପ୍ରୟାସ। ୧୫ରୁ ୨୯ ବର୍ଷ ବୟସର ଯୁବକଯୁବତୀମାନେ ଏହି ପ୍ଲାଟଫର୍ମର ଲାଭ ଉଠାଇପାରିବେ ବୋଲି ଉଲ୍ଲେଖ କରି କେନ୍ଦ୍ର କ୍ୟାବିନେଟ ପ୍ରାୟ ୧୫ ଦିନ ତଳେ ଘୋଷଣା କରିଥିଲା ଯେ ସରକାର ଯୁବକମାନଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ବିକାଶ କରିବା ଉଦ୍ଦେଶ୍ୟରେ ଏକ ପ୍ଲାଟଫର୍ମ ଗଠନ କରିବେ ଯାହାଦ୍ୱାରା ସେମାନଙ୍କୁ ସାମାଜିକ ଉଦ୍ଭାବକ ଏବଂ ସମ୍ପ୍ରଦାୟଗୁଡ଼ିକର ନେତା କରାଯାଇପାରିବ। ଅକ୍ଟୋବର ୩୧ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଶ୍ରାଦ୍ଧବାର୍ଷିକୀକୁ ମନେ ପକାଇବା ସହ ମୋଦୀ ତାଙ୍କୁ ‘ହୃଦୟରୁ ଶ୍ରଦ୍ଧାଞ୍ଜଳି’ ଜଣାଇଥିଲେ। ଦୀପାବଳି ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ‘ଭୋକାଲ୍ ଫର୍ ଲୋକାଲ୍’ ହେବା ପାଇଁ ନିଜର ଆହ୍ୱାନକୁ ଦୋହରାଇଥିଲେ।
Trending
- ୧୨ ମାଓବାଦୀଙ୍କ ଆତ୍ମସମର୍ପଣ
- ଧ୍ୱଂସସ୍ତୁପ ପାଲଟିଛି ତେହେରାନ
- ଇରାନରୁ ଇଣ୍ଡିଗୋ ବିମାନ ଯୋଗେ ନୂଆଦିଲ୍ଲୀ ଆସିଲେ ୧୧୦ ଭାରତୀୟ ଛାତ୍ର
- ଆସନ୍ତାକାଲି ଆସୁଛନ୍ତି ଭୁବନେଶ୍ବର ଆସୁଛନ୍ତି ମୋଦୀ, ସୁରକ୍ଷା ଦୃଷ୍ଟିରୁ ମୁତୟନ ମୋଟ ୧୩୩ ପ୍ଲାଟୁନ୍ ପୁଲିସ ଫୋର୍ସ
- ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସର୍ଭିକାଲ ଆର୍ଥ୍ରାଇଟିସ୍ରେ ପୀଡ଼ିତ, ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ
- ବଦଳିଛି ଫାଷ୍ଟାଗ୍ ନିୟମ,ଏଣିକି ବାର୍ଷିକ ୩ ହଜାର ଟଙ୍କା ଦେଇ ପାଇ ପାରିବେ ସୁବିଧା
- ଗୋପାଳପୁର ଗଣବଳାତ୍କାର ମାମଲାରେ ରିପୋର୍ଟ ମାଗିଲେ ଏନ୍ସିଡବ୍ଲ୍ୟୁ
- ବିଜେପି ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ
- ରାଜ୍ୟ ବିଜେପି ପ୍ରତିଶ୍ରୁତି କାର୍ଯ୍ୟକାରୀ କରିନାହିଁଁ: କଂଗ୍ରେସ
- ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ
Next Post