ଟ୍ୱିଟ ରେସରେ ରାହୁଲଙ୍କୁ ପଛରେ ପକାଇଲେ ଯୋଗୀ
ସୋସିଆଲ ମିଡିଆରେ ଏବେ ଯୋଗୀ ରାଜ ଚାଲିଛି । ଟୁଇଟରରେ ଏବେ ଯୋଗୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏପରିକି ସେ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।

ଦେଶରେ ରାହୁଲଙ୍କ ଭାବମୂର୍ତ୍ତି ଦିନକୁ ଦିନ କମୁଥିବା ବେଳେ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକ କମିବାରେ ଲାଗିଛନ୍ତି । ତୃଣମୂଳ ସ୍ତରରେ କଂଗ୍ରେସ ଦୁର୍ବଳ ହେଉଥିବାବେଳେ ବର୍ତ୍ତମାନ ଏହାର ପ୍ରଭାବ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଗୋଟିଏ ସମୟ ଥିଲା ଯେତେବେଳେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଯୁବକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ । କିନ୍ତୁ ଏବେ ଧୀରେ ଧୀରେ ସେ ପଛରେ ପଡିଥିବା ପରି ମନେ ହେଉଛି । ବିଜେପିର ଲୋକପ୍ରିୟତା ସହିତ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ପ୍ରଶଂସକ ସୋସିଆଲ ମିଡିଆରେ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଅଗଷ୍ଟ ୩ ଶନିବାର ପର୍ଯ୍ୟନ୍ତ, ସିଏମ୍ ଯୋଗୀଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ୨୧.୫ ନିୟୁତ ଫଲୋଅର୍ସ ରହିଥିବା ବେଳେ ରାହୁଲ ଗାନ୍ଧୀଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨୧.୪ ନିୟୁତ ରହଛି ।