ଆଜି କୁମ୍ଭମେଳାର ସମୀକ୍ଷା କରିବେ ଯୋଗୀ ଆଦିତ୍ୟନାଥ
୧୦୦ ଘଣ୍ଟା ଭିତରେ ଯୋଗୀ ଆଦିତ୍ୟନାଥଙ୍କ ଏହା ଦ୍ବିତୀୟ ଗସ୍ତ । ଆସନ୍ତା ୨୯ ତାରିଖରେ ମୌନୀ ଅମାବାସ୍ୟା । ସେହିଦିନ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ବୁଡ ପକାଇବେ । ଏଥିପାଇଁ ଉତ୍ତରପ୍ରଦେଶ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ୫ଘଣ୍ଟା ରହି ପ୍ରସ୍ତୁତିର ସମୀକ୍ଷା କରିବେ । ଫେବୃଆରୀ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁମ୍ଭମେଳା ଯିବାର କାର୍ଯ୍ୟକ୍ରମ ରହିଛି ।