ଯୋଗୀ ଆଦିତ୍ୟନାଥଙ୍କୁ ବୋମାରେ ଉଡାଇଦେବାକୁ ଧମକ

ୟୁପି ମୁଖ୍ୟମନ୍ତ୍ରୀଙ୍କୁ ମିଳିଛି ଧମକପୂର୍ଣ୍ଣ ଚିଠି । ସଲମାନ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ସମେତ ପିଆଇଏଲ୍ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କୁ ହତ୍ୟା ଧମକ ଦେଇଛି। ଏହି ଘଟଣା ପରେ ପୁଲିସ ସଲମାନ ନାଁରେ ମାମଲା ରୁଜୁ କରିଛି।

ଉତ୍ତରପ୍ରଦେଶର ଆଲମବାଗ ଅଞ୍ଚଳରେ ରହୁଥିବା ପିଆଇଏଲ୍‌ କାର୍ଯ୍ୟକର୍ତ୍ତା ଦେବେନ୍ଦ୍ର ତିୱାରୀଙ୍କ ଘର ବାହାରେ ଗୁରୁବାର ରାତିରେ ଏକ ବ୍ୟାଗ୍‌ ମିଳିଥିଲା। ସେହି ବ୍ୟାଗ୍‌ରୁ ଏକ ଚିଠି ମିଳିଥିଲା। ଏଥିରେ ଦେବେନ୍ଦ୍ରଙ୍କ ସମେତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମଧ୍ୟ ଏଥିରେ ହତ୍ୟା କରିବାକୁ ଧମକ ଦିଆଯାଇଥିଲା। ଦେବେନ୍ଦ୍ରଙ୍କ ଅଭିଯୋଗ ପରେ ଆଲମବାଗ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।