ନୂଆଦିଲ୍ଲୀ : ଲୋକସଭାରେ ଗୃହୀତ ହେଲା ମହିଳା ସଂରକ୍ଷଣ ବିଲ୍ । ମହିଳାମାନଙ୍କୁ ବିଧାନସଭା ଓ ଲୋକସଭାରେ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀ ଶକ୍ତି ବନ୍ଦନା ବିଲ୍’ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ସହ ଲୋକସଭାରେ ଗୃହୀତ ହୋଇଛି । ଏହି ବିଲର ସମର୍ଥନରେ ୪୫୪ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ ପଡ଼ିଥିଲା । ଲୋକସଭାରେ ବିତର୍କ ପରେ ଏହି ବିଲ ପାଇଁ ଭୋଟ ଗ୍ରହଣ ହୋଇଥିଲା, ଭୋଟ ଗ୍ରହଣ ପରେ ବାଚସ୍ପତି ଓମ ବିରଲା ଫଳାଫଳ ଘୋଷଣା କରିଥିଲେ । ଏହି ବିଲଟି ମଙ୍ଗଳବାର ଦିନ ଲୋକସଭାରେ ଆଗତ ହୋଇଥିଲା । ଅମିତ ଶାହ କହିଛନ୍ତି ଯେ ନିର୍ବାଚନ ପରେ ଉଭୟ ଜନଗଣନା ଓ ସୀମା ନିର୍ଦ୍ଧାରଣ ହେବ, ଖୁବ୍ ଶୀଘ୍ର ସମୟ ଆସିବ ଯେ ଏକ ତୃତୀୟାଂଶ ମା’ ଓ ଭଉଣୀ ସଂସଦ ଓ ବିଧାନସଭାକୁ ଆସିବେ ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post