ମହିଳା ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ

ନୂଆଦିଲ୍ଲୀ : ମହିଳା ସଂରକ୍ଷଣ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ଅନୁମୋଦନ । ବହୁଦିନ ପରେ  ନାରୀ ଶକ୍ତି ବନ୍ଦନ ଅଧିନିୟମରେ ବାଜିଲା ରାଷ୍ଟ୍ରପତିଙ୍କ ମୋହର । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଆଇନରେ ପରିଣତ ହେଲା ‘ମହିଳା ସଂରକ୍ଷଣ ବିଲ୍’ । ମହିଳା ସଂରକ୍ଷଣ ଆଇନ ଅନୁସାରେ  ବିଧାନସଭା ଓ ଲୋକସଭାରେ ଏବେ ୩୩ ପ୍ରତିଶତ ସଂରକ୍ଷଣ ରହିବ । ଯାହା ଫଳରେ ଆଉ କିଛି ବର୍ଷ ପରେ ମହିଳାଙ୍କ ସଂଖ୍ୟା ବିଧାନସଭା ଏବଂ ଲୋକସଭାରେ ବୃଦ୍ଧି ପାଇବ ।  ୨୦୨୪ ନିର୍ବାଚନରେ ଏହି ଆଇନ ଲାଗୁ ହେବ ନାହିଁ ।