ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍

ନୂଆଦିଲ୍ଲୀ: ଲୋକସଭା ଓ ରାଜ୍ୟ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ସଂପର୍କିତ ବିଲକୁ ଆଜି ସଂସଦରେ ଆଗତ କରାଯାଇଛି । ଲୋକସଭା ଓ ବିଧାନ ପରିଷଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପାଇଁ  ଲୋକସଭାରେ ଏକ ବିଲ୍ ଆଗତ ହୋଇଛି। ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକସଭାରେ ଏହି ବିଲ୍ ଆଗତ କରି କହିଥିଲେ ଯେ ଲୋକସଭା ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳିବ। ପ୍ରଧାନମନ୍ତ୍ରୀ ମୋଦୀ ମହିଳା ସଂରକ୍ଷଣ ବିଲ୍କୁ ନାରୀ ଶକ୍ତି ବନ୍ଦନା ଆଇନ ନାମରେ ନାମିତ କରିଛନ୍ତି। ଏହି ବିଲ୍ ଗଣତନ୍ତ୍ରକୁ ସୁଦୃଢ଼ କରିବା ସହ ଲୋକସଭାରେ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବ ବୋଲି ସେ କହିଛନ୍ତି।ସଂସଦର ଉଭୟ ଗୃହର ଅନୁମୋଦନ ପରେ ଆଇନରେ ପରିଣତ ହେବ । ଆଇନରେ ପରିଣତ ହେଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୮୧ ହେବ । ବର୍ତ୍ତମାନ ଲୋକସଭାରେ ମହିଳା ସାଂସଦଙ୍କ ସଂଖ୍ୟା ୮୨ ରହିଛି  । ନୂଆ ସଂସଦ ଭବନରେ ଚାଲିଥିବା ସ୍ୱତନ୍ତ୍ର ଅଧିବେସନରେ ଏହି ବିଲକୁ ଲୋକସଭାରେ ଆଗତ କରିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ । ଗତକାଲି ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିଲା । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଲୋକସଭାରେ ଆଗତ ହେବା ପରେ ବିରୋଧୀ ମଧ୍ୟ ଏହାକୁ ଏକ ସ୍ୱରରେ ସମର୍ଥନ କରିବେ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି    । ମହିଳା ସଶକ୍ତିକରଣ ଓ ମହିଳାଙ୍କୁ ନେତୃତ୍ୱ କ୍ଷେତ୍ରରେ ଏହି ସମ୍ବିଧାନ ସଂଶୋଧନ ବିଲ ବିଶେଷ ସହାୟକ ହେବ ବୋଲି ମୋଦୀ ଦୃଢୋକ୍ତି କରିଛନ୍ତି । ଏହା ଗଣତନ୍ତ୍ରକୁ ଅଧିକ ସୃଦୃଢ କରିବ ବୋଲି କହିଛନ୍ତି ମୋଦୀ ।