ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର
ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାର। ମହାରାଷ୍ଟ୍ରର ଏକ ଇଞ୍ଚ ଜମି ବି କାହାକୁ ନେବାବୁ ଦିଆଯିବନି ବୋଲି ଖୁଲମଖୁଲା ଚେତାବନୀ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଅପରପକ୍ଷେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇ କହିଛନ୍ତି ଯେ, ଆମ ରାଜ୍ୟର ସୀମା ରକ୍ଷା କରିବାରେ ଆମେ ସକ୍ଷମ । ଆଗକୁ ଏହି ବିବାଦ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର।
ଗୁରୁବାର ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରି ଏକନାଥ ସିନ୍ଦେ କହିଥିଲେ, “ସୀମାନ୍ତବର୍ତ୍ତୀ ମରାଠୀ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ଆମେ କାର୍ଯ୍ୟ କରୁଛୁ। ମହାରାଷ୍ଟ୍ରରୁ ଏକ ଇଞ୍ଚ ମଧ୍ୟ ଜାଗା ଯିବାକୁ ଅନୁମତି ଦିଆଯିବ ନାହିଁ।” ସେ କହିଛନ୍ତି ଯେ ୪୦ଟି ଗାଁର ସମସ୍ୟାର ସମାଧାନ କରିବା ଆମ ସରକାରଙ୍କ ଦାୟିତ୍ୱ ଅଟେ।