ମୁଖ୍ୟମନ୍ତ୍ରୀ ଚେୟାରକୁ ନେଇ କର୍ଣ୍ଣାଟକରେ ଖଣ୍ଡଯୁଦ୍ଧ

କର୍ଣ୍ଣାଟକରେ କିଏ ହେବ ମୁଖ୍ୟମନ୍ତ୍ରୀ ତାକୁ ନେଇ ଶିବକୁମାର ସିଦ୍ଧରମୈୟା ସମର୍ଥକଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ ଚାଲିଛି । ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କିଛି ବିଧାୟକ ଚାହୁଁଥିବା ବେଳେ ଅନେକ ବିଧାୟକ ଚାହୁଁନାହାଁନ୍ତି ।  ୨୨୪ ଆସନରୁ କଂଗ୍ରେସକୁ ମିଳିଛି ୧୩୬ ଆସନ ।  ବିଜେପି ୬୫ଟି ସିଟ୍‌ରେ ବିଜୟୀ ହୋଇଥିବା ବେଳେ ଜେଡିଏସ୍‌କୁ ମିଳିଛି ୧୯ ଆସନ। କର୍ଣ୍ଣାଟକରେ ସରକାର ଗଢିବାକୁ ଯାଉଛି କଂଗ୍ରେସ। ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଦଳ ଏକମତ ରେ ପହଁଚିପାରୁନି ।  ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନା କଂଗ୍ରେସ ରାଜ୍ୟ ସଭାପତି ଡିକେ ଶିବକୁମାର ଏହାକୁ ନେଇ ଦୁଇ ପକ୍ଷ ଏକ ରାସ୍ତାକୁ ବାହାରିଛନ୍ତି। ଉଭୟଙ୍କ ନଜର ରହିଛି ମୁଖ୍ୟମନ୍ତ୍ରୀ ଗାଦି ଉପରେ। ଏଭଳି ସ୍ଥିତିରେ ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ କରିବେ ତାକୁ ନେଇ ଚର୍ଚା ଜୋର ଧରିଛି । କାହାର ଦାବି ମଜବୁତ ରହିଛି ଆଉ କିଛି ସମୟ ପରେ ଜଣାପଡିବ । ତେବେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉଭୟ ଶିବକୁମାର ଓ ସିଦ୍ଦରମୈୟାଙ୍କୁ ଅଢେଇ ବର୍ଷ ଲେଖାଏ ମୁଖ୍ୟମନ୍ତ୍ରୀ କରାଯାଇପାରେ।