ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୪୩ଟି ଆସନରେ ବିଜେପି –କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଛି । ନିର୍ବାଚନ ମଇଦାନରେ ୬୮୫ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି।
ପ୍ରଥମ ପର୍ଯ୍ୟାୟରେ ହଜାରିବାଗ, ଜାମସେଦପୁର ପୂର୍ବ, ଜାମସେଦପୁର ପଶ୍ଚିମ, ଷଢ଼େଇକଳା, ଚାଇଁବାସା, ଜଗନ୍ନାଥପୁର, ଚକ୍ରଧରପୁର, ଖରସୁଆଁ ଓ ରାଞ୍ଚିରେ ଲଢ଼େଇ ହେବ ।
ଆଜି ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ । ଇଷ୍ଟ ସିଂହଭୂମ ଜିଲ୍ଲାରେ ସର୍ବାଧିକ ୬ଟି ବିଧାନସଭା ପାଇଁ ମତଦାନ ଚାଲିଛି । ପଲାମୁ, ପଶ୍ଚିମ ସିଂହଭୂମ ଓ ରାଞ୍ଚି ଜିଲ୍ଲାରେ ୫ଟି ଆସନରେ ମତଦାନ ହେଉଛି ।