୮ ରାଜ୍ୟ ତଥା ୪୯ ଲୋକସଭା ଆସନରେ ମତଦାନ ଆରମ୍ଭ
୮ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ ଲୋକସଭା ଆସନରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୭ଟାରୁ ମତଦାନ ଆରମ୍ଭ ହୋଇଛି। । ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ବିଭିନ୍ନ ମତଦାନ କେନ୍ଦ୍ରରେ ଭୋଟରମାନେ ଲାଇନରେ ରହି ଶାନ୍ତି ଶୃଙ୍ଖଳାର ସହିତ ମତଦାନ କରୁଛନ୍ତି।ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ ଟି, ମହାରାଷ୍ଟ୍ରର ୧୩ ଟି, ପଶ୍ଚିମବଙ୍ଗର ୭ଟି, ବିହାରର ୫ଟି, ଓଡିଶାର ୫ଟି ଲୋକସଭା ଆସନ ଏବଂ ୩୫ଟି ବିଧାନସଭା ଆସନ, ଝାଡଖଣ୍ଡର ୩, ଜମ୍ମୁ କଶ୍ମୀର ଏବଂ ଲଦାଖର ଗୋଟିଏ ଗୋଟିଏ ଲୋକସଭା ଆସନରେ ମତଦାନ କରାଯାଉଛି।
ମହାରାଷ୍ଟ୍ରର ମୁମ୍ବାଇ ଉତ୍ତର, ମୁମ୍ବାଇ ଉତ୍ତର-ପଶ୍ଚିମ, ମୁମ୍ବାଇ ଉତ୍ତର-ପୂର୍ବ, ମୁମ୍ବାଇ ଉତ୍ତର-ସେଣ୍ଟ୍ରାଲ, ମୁମ୍ବାଇ ସାଉଥ-ସେଣ୍ଟ୍ରାଲ, ମୁମ୍ବାଇ ସାଉଥ, ଥାନେ, କଲ୍ୟାଣ, ପାଲଘର, ଧୁଲେ, ଡିଣ୍ଡୋରି, ନାଶିକ, ଭିବାଣ୍ଡି ଲୋକସଭା ଆସନରେ ମତଦାନ କରାଯାଉଛି।
ଉତ୍ତରପ୍ରଦେଶର ଲକ୍ଷ୍ନୌ, ଆମେଠି, ରାୟବରେଲି, ମୋହନଲାଲଗଞ୍ଜ, ଜାଲାଉନ୍, ଝାନସୀ, ହମିରପୁର, ବୃନ୍ଦା, କୌଶମ୍ବୀ, ଫତେହପୁର, ଗୋଣ୍ଡା, ବାରବାଙ୍କି, ଫୈଜାବାଦ, କେସିଆରଗଞ୍ଜରେ ମତଦାନ ହେଉଛି।
ପଶ୍ଚିମବଙ୍ଗର ହାୱଡ଼ା, ହୁଗଳି, ଆରାମବାଗ, ବଙ୍ଗଳା, ବାରାକପୁର, ଶ୍ରୀରାମପୁର, ଉଲୁବେରିଆ ଲୋକସଭା ଆସନରେ ମତଦାନ କରାଯାଉଛି।
ବିହାରର ମୁଜାଫରପୁର, ମଧୁବାଣୀ, ହାଜିପୁର, ସୀତାମାରହି, ସରଣ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି।
ଝାଡଖଣ୍ଡର ଚାଟ୍ରା, କୋଡାରମା, ହଜାରିବାଗ ଲୋକସଭା ଆସନରେ ମତଦାନ ଆରମ୍ଭ ହୋଇଛି। ଓଡ଼ିଶାର ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା ଲୋକସଭା ଆସନରେ ମତଦାନ ଜାରି ରହିଛି।
ଜମ୍ମୁ-କଶ୍ମୀରାର ବାରମୁଳା ଲୋକସଭା ଆସନ ଏବଂ ଲଦାଖର ଲଦାଖ ଲୋକସଭା ଆସନରେ ମତଦାନ କରାଯାଉଛି।