National ପ୍ରତିରକ୍ଷା ଉତ୍ପାଦନ ପ୍ରଥମ ଥର ପାଇଁ ୧ ଲକ୍ଷ କୋଟି ଟପିଲା On May 20, 2023 ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରଣାଳୟର ୨୦୨୨ -୨୩ ଆର୍ଥିକ ବର୍ଷ ରେ ପ୍ରତିରକ୍ଷା ଉତ୍ପାଦର ମୂଲ୍ୟ ପ୍ରଥମ ଥର ପାଇଁ ଏକ ଲକ୍ଷ କୋଟି ଟଙ୍କା ଟପିଛି । ପ୍ରତିରକ୍ଷା ମୂଲ୍ୟ ୧,୦୬,୮୦୦ କୋଟି ଟଙ୍କା ରହିଛି ଏବଂ ଅବଶିଷ୍ଟ ଘରୋଇ ପ୍ରତିରକ୍ଷା ଶିଳ୍ପରୁ ତଥ୍ୟ ଆସିବା ପରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବ । ୨୦୨୧ -୨୨ ଆର୍ଥିକ ବର୍ଷରେ ଏହି ସଂଖ୍ୟା ୯୫,୦୦୦ କୋଟି ଟଙ୍କା ଥିବାବେଳେ ୨୦୨୨ – ୨୩ ଆର୍ଥିକ ବର୍ଷରେ ବର୍ତ୍ତମାନର ପ୍ରତିରକ୍ଷା ଉତ୍ପାଦନର ମୂଲ୍ୟରେ ୧୨ % ଅଭିବୃଦ୍ଧି ଘଟିଛି । ସରକାର କ୍ରମାଗତ ଭାବରେ ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ସେମାନଙ୍କ ସହିତ କାର୍ଯ୍ୟ କରୁଛନ୍ତି । ଯୋଗାଣ ଶୃଙ୍ଖଳରେ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟ ଅପର ଏକୀକରଣ ସମେତ ବ୍ୟବସାୟ କରିବାର ସହଜ ଲକ୍ଷ୍ୟ ହାସଲ କରିବା ନିମନ୍ତେ ଅନେକ ନୀତିଗତ ସଂସ୍କାର ଗ୍ରହଣ କରାଯାଇଛି । ଏହି ନୀତି ଯୋଗୁଁ, ପ୍ରତିରକ୍ଷା ଡିଜାଇନ୍, ବିକାଶ ଏବଂ ଉତ୍ପାଦନ କ୍ଷେତ୍ରକୁ ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟ ଅପ୍ ସହିତ ଅନେକ ଉଦ୍ୟୋଗ ଆଗେଇ ଆସୁଛନ୍ତି ଏବଂ ଗତ ୭ – ୮ ବର୍ଷ ମଧ୍ୟରେ ଉଦ୍ୟୋଗ ଗୁଡିକୁ ପ୍ରଦାନ କରା ଯାଇଥିବା ପ୍ରତିରକ୍ଷା ଲାଇସେନ୍ସ ସଂଖ୍ୟାରେ ପ୍ରାୟ ୨୦୦ ପ୍ରତିଶତ ବୃଦ୍ଧି ଘଟିଛି । ସରକାରଙ୍କ ଦ୍ୱାରା ନିଆ ଯାଇଥିବା ଏହି ପଦକ୍ଷେପ ଗୁଡିକ ଦେଶରେ ପ୍ରତିରକ୍ଷା ଶିଳ୍ପ ଉତ୍ପାଦନ କ୍ଷେତ୍ରର ପାରିବେଶିକ ବ୍ୟବସ୍ଥାକୁ ବୃଦ୍ଧି କରିଛି ଏବଂ ବହୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି । Share