ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବୈଭବ ସୂର୍ଯ୍ୟବଂଶୀ। ପିମଙ୍କ ପାଦଛୁଇଁ ଆଶୀର୍ବାଦ ନେଇଥିଲେ ବୈଭବ। ଆଇପିଏଲରେ ଦ୍ବିତୀୟ ଦ୍ରୁତତମ ଶତକ ହାସଲ କରି ରାତାରାତି ଷ୍ଟାର ବନିଯାଇଛନ୍ତି ବୈଭବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଟନା ବିମାନବନ୍ଦରରେ ୧୪ ବର୍ଷୀୟ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଛନ୍ତି। ବୈଭବଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ଏକ୍ସ ହ୍ୟାଣ୍ଡେଲରୁ ଏ ବିଷୟରେ ସୂଚନା ଦେଇଛନ୍ତି। ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ବୈଭବ ସୂର୍ଯ୍ୟବଂଶୀଙ୍କ କ୍ରିକେଟ ଦକ୍ଷତାର ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ବୈଭବଙ୍କ ସହ ଫଟୋ ଶେୟାର କରି କହିଛନ୍ତି,ବୈଭବ ସମଗ୍ର ଦେଶ ପାଇଁ ପ୍ରେରଣା। ତାଙ୍କ ଭବିଷ୍ୟତ ଉଜ୍ଜଳମୟ ହେଉ। ବୈଭବଙ୍କ ବ୍ୟତୀତ, ମୋଦି ତାଙ୍କ ମାତାପିତାଙ୍କୁ ମଧ୍ୟ ଭେଟିଥିଲେ। ଇଂଲଣ୍ଡ ଗସ୍ତ ପାଇଁ ଭାରତର ୧୯ ବର୍ଷରୁ କମ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମନୋନୀତ କରାଯାଇଛି।

Leave a comment