ଜି-୨୦ ବୈଠକ ପାଇଁ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି
ନୂଆ ଦିଲ୍ଲୀ: ଜି-୨୦ ବୈଠକ ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଶ୍ବର ବଡ଼ ବଡ଼ ନେତା ଜଣଙ୍କ ପରେ ଜଣେ ଆସୁଛନ୍ତି । ଏକାଠି ହେଉଛନ୍ତି ବିଶ୍ବ ନେତା । ଆସନ୍ତାକାଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ ।
Joe Biden to arrive in Delhi tomorrow, will hold bilateral with PM Modi
Read @ANI Story | https://t.co/qa0izoDhvD#JoeBiden #G20SummitDelhi #PMModi #Delhi pic.twitter.com/tth3CxzmIe
— ANI Digital (@ani_digital) September 7, 2023
ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଜି-୨୦ ସମ୍ମିଳନୀ ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏହା ପୂର୍ବରୁ ବିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ । G-20 ବୈଠକ ପାଇଁ ସଜେଇ ହୋଇଛି ଦିଲ୍ଲୀ କ୍ୟାପିଟାଲ । ଜି-୨୦ ଶିଖର ସମ୍ମିଳନୀର ବଡ ଆୟୋଜନକୁ ସଫଳ କରିବା ପାଇଁ ଲାଗି ପଡ଼ିଛନ୍ତି ସରକାର । ସମ୍ମିଳନୀ ପାଇଁ ବଦଳିଯାଇଛି ଦିଲ୍ଲୀର ରୂପରେଖ । ଅତିଥିଙ୍କୁ ସ୍ବାଗତ କରିବାକୁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ରାସ୍ତାଘାଟ ଠାରୁ ଆରମ୍ଭ କରି ଦର୍ଶନୀୟ ସ୍ଥାନ, ହୋଟେଲ ଆଦିକୁ ସୁନ୍ଦର ଭାବେ ସଜା ଯାଇଛି ।