ଜମ୍ମୁକାଶ୍ମୀର ବିଧାନସଭାରେ ଧାରା ୩୭୦ ପୁର୍ନବାର ଲାଗୁ ପାଇଁ ହଙ୍ଗାମା

ବିରୋଧ କରି ବିଜେପି ଜୋରଦାର ବିକ୍ଷୋଭ କରିଛି । କେନ୍ଦ୍ର ସରକାର ୨୦୧୯ ମସିହାରେ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ତେବେ ବିଧାନସଭାର ତୃତୀୟ ଦିନର ଅଧିବେଶନରେ ଐତିହାସିକ ପ୍ରସ୍ତାବ ପାରିତ କରିଥିବା କହିଛି ନ୍ୟାସନାଲ କନଫେରେନ୍ସ । ନୂଆ ସରକାର କହିଛନ୍ତି ଜମ୍ମୁକାଶ୍ମୀରର ହିତ ପାଇଁ ଧାରା ୩୭୦ ଉଚ୍ଛେଦ ଆବଶ୍ୟକ ରହିଛି । ସେପଟେ ବିଜେପି କହିଛି ଏହା ଦେଶ ବିରୋଧୀ ଏଜେଣ୍ଡା । ସେପଟେ ଜମ୍ମୁ କଶ୍ମୀରରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିବା ଖବର ରହିଛି । କୁହାଯାଉଛି ଯେ, ସୁରକ୍ଷା କର୍ମୀଙ୍କ ଜବାବରେ ଜଣେ ଆତଙ୍କବାଦୀ ନିପାତ ହୋଇଛନ୍ତି । ସମ୍ପ୍ରତି ସୁରକ୍ଷାକର୍ମୀ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ ଚାଲିଛି।