କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାରଙ୍କୁ ପୁଲିସ ଗିରଫ କରିଛି
କେନ୍ଦ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାରଙ୍କୁ ପୁଲିସ ଗିରଫ କରିଛି। ହାଇଦ୍ରାବାଦର ଚିକ୍କାଡପଲ୍ଲୀସ୍ଥିତ ଅଶୋକ ନଗରରେ ଗ୍ରୁପ୍ ୧ ସର୍ଭିସର ପ୍ରାର୍ଥୀଙ୍କ ସହ ମିଶି ବିକ୍ଷୋଭ କରିଥିଲେ ସଞ୍ଜୟ କୁମାର। ଏଥିପାଇଁ ତାଙ୍କୁ ଗିରଫ କରାଯାଇଛି ବୋଲି କୁହାଯାଉଛି ।
ବାନ୍ଦି ସଞ୍ଜୟ କୁମାର ବିଜେପିର ଅନ୍ୟତମ ପ୍ରମୁଖ ନେତା। ୧୨ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗ ଦେଇଥିଲେ । ସେ ତାଙ୍କର ହିନ୍ଦୁ ଜାତୀୟତାବାଦୀ ଚିନ୍ତାଧାରା ପାଇଁ ଜଣାଶୁଣା । ସେ ତେଲେଙ୍ଗାନାର କରିମନଗର ଲୋକସଭା ଆସନରୁ ବିଜୟୀ ହୋଇ କଂଗ୍ରେସ ପ୍ରାର୍ଥୀ ଭେଲିଚାଲା ରାଜେନ୍ଦ୍ର ରାଓଙ୍କୁ ୨,୨୫,୨୦୯ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ। ୨୦୧୯ ନିର୍ବାଚନରେ ସେ କରିମନଗର ଆସନରୁ ପୁଣି ଥରେ ନିର୍ବାଚନ ଲଢ଼ି ୮୯,୫୦୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ।