ରୋଜଗାର ମେଳା ଅଧୀନରେ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ପୂର୍ବାହ୍ନ ୧୦: ୩୦ ମିନିଟ୍‌ରେ ନୂତନ ଭାବେ ନିଯୁକ୍ତ ବ୍ୟକ୍ତିବିଶେଷ ମାନଙ୍କୁ ପ୍ରାୟ ୭୦,୦୦୦ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିଯୁକ୍ତି ପାଇଥିବା ଲୋକ ମାନଙ୍କୁ ସମ୍ବୋଧିତ କରିବେ । ଦେଶର ୪୩ ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି ପଦକ୍ଷେପକୁ ସମର୍ଥନ କରି କେନ୍ଦ୍ର ସରକାରୀ ବିଭାଗରେ ତଥା ରାଜ୍ୟ ସରକାରଙ୍କ ଅଧୀନରେ / କେନ୍ଦ୍ରଶାସିତ ଅଂଚଳ ଗୁଡ଼ିକରେ ନିଯୁକ୍ତି ଦିଆଯାଉଛି । ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ହୋଇଥିବା ଏହି ନୂତନ ନିଯୁକ୍ତ ବ୍ୟକ୍ତିମାନେ ଆର୍ଥିକ ସେବା ବିଭାଗ, ଡାକ ବିଭାଗ, ବିଦ୍ୟାଳୟ ଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ରାଜସ୍ୱ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ପରମାଣୁ ଶକ୍ତି ବିଭାଗ, ରେଳ ମନ୍ତ୍ରଣାଳୟ, ଅଡିଟ୍ ଏବଂ ଆକାଉଣ୍ଟସ୍ ବିଭାଗୂଏବଂ ଗୃହ ମନ୍ତ୍ରଣାଳୟ ଇତ୍ୟାଦ ସମେତ ବିଭିନ୍ନ ବିଭାଗରେ ସରକାରୀ ସ୍ତରରେ ଯୋଗ ଦେବେ ।