ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାର ଗ୍ରହଣୀୟ ନୁହେଁ କହିଲା ଭାରତ

ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କା ବଢିଯାଇଛି । ରୁଷ ଓ ୟୁକ୍ରେନ ମଧ୍ୟରେ ପରମାଣୁ ଅସ୍ତ୍ର ବ୍ୟବହାର ଗ୍ରହଣୀୟ ନୁହେଁ କହିଛି ଭାରତ । ରୁଷ ସେନା ଆଣବିକ ଅସ୍ତ୍ର ଅଭ୍ୟାସ ଆରମ୍ଭ କରିଥିବା ବେଳେ ଭାରତ ପକ୍ଷରୁ ଏପରି କୁହାଯାଇଛି । ଏପରି ସମୟରେ ରୁଷ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଫୋନରେ କଥା ହୋଇ କୌଣସି ମତେ ପରମାଣୁ ଯୁଦ୍ଧ ଏଡାଇବାକୁ ଆହ୍ୱାନ କରିଛନ୍ତି ରାଜନାଥ ସିଂ ।

ଆମେରିକା ମଧ୍ୟ ଋଷ ସହ କଥା ହୋଇ ପରମାଣୁ ଯୁଦ୍ଧରୁ ନିବୃତ୍ତ ରହିବା ପାଇଁ ଆଲୋଚନା କରିଛନ୍ତି । ପୂର୍ବରୁ ଭାରତ କୁଟନୈତିକ ଓ ଶାନ୍ତି ଆଲୋଚନା ଜରିଆରେ ସମାଧାନ ପାଇଁ ରୁଷ ଓ ୟୁକ୍ରେନ କହି ଆସୁଛି ଭାରତ ।