ଟ୍ୱିଟ୍କୁ ଏଡିଟ୍ କରିହେବ ହେଲେ ପଇସା ପଡିବ
ଆଗାମୀ ଦିନରେ ଆପଣ ଟୁଇଟ କରିଥିବା ବାକ୍ୟକୁ ଏଡିଟ କରିପାରିବେ । ଟ୍ବିଟରକୁ ବିଶିଷ୍ଟ ବ୍ୟକ୍ତି ଏବଂ ସରକାରୀ ସଂସ୍ଥା ଗୁଡ଼ିକ ମଧ୍ୟ ଏହା ମାଧ୍ୟମରେ ସୂଚନା ପ୍ରଦାନ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଥରେ ପୋଷ୍ଟ୍ ହୋଇଥିବା ଟ୍ବିଟ୍କୁ ଏଡିଟ୍ କରାଯାଇ ପାରୁ ନଥିଲା। ତେବେ ଯଦି ଆପଣ ବ୍ଲୁ ଟିକ୍ ପାଇଛନ୍ତି । ତେବେ କିଛି ଅର୍ଥ ଦେଇ ଏହି ସେବା ଆପଣ ପାଇପାରିବେ । ଅର୍ଥାତ୍ କୌଣସି ତ୍ରୁଟିକୁ ସଂଶୋଧନ କରିପାରିବେ । ଏଡିଟ୍ ଫିଚର ସାମିଲ ହେଲେ ଏସବୁ ସହଜ ହେବ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡରେ ଉପଲବ୍ଧ ହେଉଛି। ଆଗାମୀ ଦିନରେ ସମସ୍ତଙ୍କ ପାଇଁ ଏହି ସେବା ଉପଲବ୍ଧ ହେବ ବୋଲି ଆଶା ରହିଛି।