ତ୍ରିପୁରା ରଥ ଦୁର୍ଘଟଣା ପାଇଁ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ତ୍ରିପୁରା: ତ୍ରିପୁରାର ଉନାକୋଟୀ ଜିଲ୍ଲାରେ ମହାପ୍ରଭୁ ଜଗନ୍ନାଥଙ୍କ ବାହୁଡା ଯାତ୍ରା ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପରେ ରଥରେ ନିଆଁ ଲାଗି ୨ ଶିଶୁ ସମେତ ୬ ଜଣଙ୍କର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୧୫ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଶ୍ରୀ ଜଗନ୍ନାଥଙ୍କର ରଥକୁ ଟାଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ସମୟରେ, ରଥର ଉପର ଭାଗରେ ଯାଇଥିବା ତାର ସହ ଲାଗି ସମଗ୍ର ରଥରେ ନିଆଁ ଲାଗିଯାଇଥିଲା। ରଥ ଟାଣୁଥିବା ଭକ୍ତଙ୍କ ମଧ୍ୟରୁ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଶ୍ରୀ ଜଗନ୍ନାଥଙ୍କ ‘ବାହୁଡା ଯାତ୍ରା’ ଉତ୍ସବରେ କୁମାରଘାଟ ଅଞ୍ଚଳରେ ରାତି ପ୍ରାୟ ୪.୩୦ ସମୟରେ ଏହି ଘଟଣା ଘଟିଥିବା ପୋଲିସ କହିଛି।