ଟିଏମସି ନେତା ଅନୁବ୍ରତ ମଣ୍ଡଳ ଗିରଫ

ପଶ୍ଚିମବଂଗରେ ଇଡି ପରେ ସିବିଆଇ ଏବେ ମମତାଙ୍କ ଦଳ ପଛରେ ପଡିଛି । ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ପରେ ଏବେ ଆଉ ଜଣେ ଟିଏମସି ନେତା ଜେଲ ଯାଇଛନ୍ତି । ତୃଣମୃଳ କଂଗ୍ରେସର ହାଇପ୍ରୋଫାଇଲ ନେତା ଅନୁବ୍ରତ ମଣ୍ଡଳଙ୍କୁ ଗୁରୁବାର ସକାଳୁ ଗିରଫ କରିଛି ସିବିଆଇ । ଗୋରୁ ଚାଲାଣ ଅଭିଯୋଗ ଆଧାରରେ ଗିରଫ କରଯାଇଛି । ତାଙ୍କ ନାମରେ ଚୋରାରେ ଗୋ ଚାଲାଣ ଅଭିଯୋଗର ପ୍ରମାଣ ସିବିଆଇ ପାଇଥିଲା । ଏନେଇ ତଦନ୍ତ ପରେ ତାଙ୍କୁ ଗିରଫ କରିଛି ସିବିଆଇ ।

ଏହା ପୂର୍ବରୁ ଜେରା ପାଇଁ ଟିଏମସି ନେତାଙ୍କୁ ସିବିଆଇ ସମନ ଦେଇଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ । ଜେରା ପାଇଁ ସହଯୋଗ ନକରିବା ପରେ ବୀରଭୂମର ତାଙ୍କୁ ଗିରଫ କରିଛି ସିବିଆଇ ।