ଓଡିଶାରେ ଏକ ନୂଆ ରେଳଲାଇନ୍ ନିର୍ମିତ ହେବ

ଓଡିଶାରେ ଏକ ନୂଆ ରେଳଲାଇନ୍ ନିର୍ମିତ ହେବ   । ମାଲ ପରିବହନ ଏବଂ ଯାତ୍ରୀ ଭିଡ କମାଇବା ପାଇଁ ଏହି ରେଳଲାଇନର ଆବଶ୍ୟକତା ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ।  ଡିପିଆଇଆଇଟିର ସ୍ୱତନ୍ତ୍ର ସଚିବ ସୁମିତ୍ରା ଦୱରାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ୫୫ତମ ନେଟୱାର୍କର୍ ପ୍ଲାନିଂ ଗ୍ରୁପ (ଏନ୍‌ପିିଜି)ର ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି ।  ଏହି ବୈଠକରେ ସଡକ ପରିବହନ, ବେସାମରିକ ଉଡାଣ, ରେଳବାଇ, ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ, ଶକ୍ତି ଓ ଅକ୍ଷୟ ଶକ୍ତି, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଟେଲିଯୋଗାଯୋଗ ବିଭାଗ ଓ ନୀତି ଆୟୋଗର ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ବୈଠକରେ ଛ’ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇ ତାହାର କାର୍ଯ୍ୟକାରିତା ନିମନ୍ତେ ସରକାରଙ୍କୁ ସୁପାରିସ କରାଯାଇଛି । ଏଥିରେ ରହିଛି ତିନିଟି ରେଳବାଇ ଓ ତିନିଟି ସଡକ ପ୍ରକଳ୍ପ । ଏଥିରେ ଓଡିଶାରେ ଏକ ନୂଆ ରେଳପଥ ନିର୍ମାଣ ସହିତ ଓଡିଶା ଦେଇ ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ସଂଯୁକ୍ତ କରିବା ପାଇଁ ଏକ ନୂଆ ରେଳପଥ ନିର୍ମାଣ ହେବ ।  ଯେଉଁ ତିନିଟି ରେଳ ପ୍ରକଳ୍ପକୁ ଏନ୍‌ପିଜି ସୁପାରିସ କରିଛି ସେଗୁଡିକ ହେଲା ଓଡିଶା, ଝାଡଖଣ୍ଡ ଓ ପଶ୍ଚିମବଙ୍ଗ ଦେଇ ଏକ ସମ୍ପୂର୍ଣ୍ଣ ନୂଆ ରେଳପଥ ନିର୍ମାଣ, କେବଳ ଓଡିଶାରେ ଏକ ସ୍ୱତନ୍ତ୍ର ରେଳପ୍ରକଳ୍ପ ନିର୍ମାଣ ଯାହା ବର୍ତ୍ତମାନର ରେଳପଥର ଭିଡ ହ୍ରାସ କରିବାକୁ ଉଦ୍ଧିଷ୍ଟ ଏବଂ ତୃତୀୟଟି ଗୁଜରାଟରେ ନିର୍ମିତ ହେବାକୁ ଥିବା ଏକ ରେଳ ପ୍ରକଳ୍ପ । ଏସବୁ ନୂଆ ରେଳପ୍ରକଳ୍ପ ଇସ୍ପାତ, ସିମେଣ୍ଟ ଓ ଶକ୍ତି ଉଦ୍ୟୋଗକୁ ଲାଭନ୍ୱିତ କରିବ । ଏହା ଦ୍ୱାରା କୋଇଲା, ଚୂନପଥର, ଲୁହାପଥର ଓ ଅନ୍ୟାନ୍ୟ ଉତ୍ପାଦିତ ସାମଗ୍ରୀ ପରିବହନ ସୁଗମ ହେବ । ଏହାଛଡା ଏହି ନୂଆ ରେଳପଥ ଯାତ୍ରୀ ପରିବହନ ବ୍ୟବସ୍ଥାରେ ମଧ୍ୟ ସହାୟକ ହେବ । ଏସବୁ ରେଳପ୍ରକଳ୍ପ ଖଣି ଓ ଶିଳ୍ପାଞ୍ଚଳ ମଧ୍ୟରେ ଦୂରତ୍ୱ ହ୍ରାସ କରିବା ସହ ବର୍ତ୍ତମାନର ରେଳପଥ ଉ